ଚେନ୍ନାଇ: ତାମିଲନାଡୁ ଭେଲୋର ଲୋକସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି କାର୍ଯ୍ୟ । ଅଗଷ୍ଟ 5 ତାରିଖରେ ଏଠାରେ ମତଦାନ ଗ୍ରହଣ ହୋଇଥିବାବେଳେ ଆଜି ଗଣତି ଚାଲିଛି । ସାଧାରଣ ନିର୍ବାଚନ ସମୟରେ ଭୋଲୋରରେ ନିର୍ବାଚନ ବାତିଲ ହୋଇଥିଲା ।
ସାଧାରଣ ନିର୍ବାଚନ ପୂର୍ବରୁ ଭେଲୋର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିପୁଳ ପରିମାଣର ଟଙ୍କା ଜବତ କରାଯିବା ପରେ ଏଠାରେ ନିର୍ବାଚନକୁ ରଦ୍ଦ କରାଯାଇଥିଲା । ସୂଚନା ଥାଉକି, ଭେଲୋରରେ 14.32 ଲକ୍ଷ ମତଦାତା ଅଛନ୍ତି। ସେଥିମଧ୍ୟରୁ 71.51 ପ୍ରତିଶତ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ନିର୍ବାଚନରେ 28 ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।