ETV Bharat / bharat

ତୁଷାରପାତ ଯୋଗୁଁ ଫସିଲା ଅନେକ ଗାଡି, BRO ଫୋର୍ସ ଦ୍ବାରା ଉଦ୍ଧାର

author img

By

Published : Nov 15, 2019, 1:07 PM IST

Updated : Nov 15, 2019, 1:30 PM IST

ଉତ୍ତର ଭାରତୀୟ ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ଜାରି ରହିଛି। ଯାହା ଫଳରେ ବିଶ୍ବବିଖ୍ୟାତ ରୋହତାଙ୍ଗ ପାସ୍‌ରେ ଅନେକ ଗାଡି ଫସି ରହିଥିଲା । ବରଫରେ ଫସି ରହିଥିବା ଗାଡିକୁ ଉଦ୍ଧାର କରିଛନ୍ତି ବିଆରଓ(Border Roads Organisation) ଫୋର୍ସର ଯବାନ।

snowfall

ସିମଲା: ଉତ୍ତର ଭାରତୀୟ ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ଜାରି ରହିଛି। ଏଠାରେ ଅବସ୍ଥିତ ଥିବା ପ୍ରସିଦ୍ଧ ହିଲ ଷ୍ଟେସନ ମନାଲି ଏବଂ ଏହାର ଆଖପାଖ ଅଞ୍ଚଳରେ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ବିଶ୍ବବିଖ୍ୟାତ ରୋହତାଙ୍ଗ ପାସ୍‌ରେ ପ୍ରବଳ ତୁଷାରପାତ ଯୋଗୁଁ, ପ୍ରଶାସନ ପକ୍ଷରୁ ସେହି ରାସ୍ତା ଦେଇ ଯାତାୟତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ହେଲେ ଲୋକେ ଏହି ଚେତାବନୀ ନମାନି ସେହି ମାର୍ଗ ଯାତାୟତ କରୁଥିବା ସମୟରେ ସେଠାରେ ଫସି ଯାଇଥିଲେ। ବରଫପାତ ଯୋଗୁଁ ଲୋକେ ଫସି ରହିଥିବା ଜାଣିବା ପରେ ବିଆରଓ(Border Roads Organisation) ଫୋର୍ସର ଯବାନଙ୍କ ଉଦ୍ଧାର ଅପରେସନ କରାଯାଇଥିଲା। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 12 ପୁରୁଷ ଓ 2 ମହିଳା ଥିବା ଜଣାପଡିଛି।

ହିମାଚଳପ୍ରଦେଶରେ ପ୍ରବଳ ତୁଷାରପାତ, ରୋହତାଙ୍ଗ ପାସ୍‌ରେ ଫସିଲା ଗାଡି

ଏହା ଉପରେ ପ୍ରତିକ୍ରିୟା ରଖି ଏସଡିଏମ ମନାଲି ରମଣ ଘରସଙ୍ଗୀ କହିଛନ୍ତି, ରୋହତାଙ୍ଗ ପାସରେ ବରଫପାତ ଯୋଗୁଁ ଗାଡି ଫସି ରହିଥିବାର ଖବର ମିଳିବା ପରେ ବିଆରଓ ଫୋର୍ସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସେଠାରେ ଫସି ରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କ୍ରମାଗତ ଭାବେ ତୁଷାରପାତ ଲାଗି ରହିବା କାରଣରୁ 3ଦିନ ପାଇଁ ରାଜ୍ୟରେ ସତର୍କତା ଜାରି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
Last Updated : Nov 15, 2019, 1:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.