ETV Bharat / bharat

ବିରୋଧୀଙ୍କୁ ମନା ମୋଦିଙ୍କ ‘ପୋଷ୍ୟ ଗାଁ’

ବିରୋଧୀଙ୍କ ନାରାରେ ବିରୋଧୀଙ୍କୁ ଚୋଟ । 'ଚୌକିଦାର ଚୋର ହେ' କୁ ନିଜର ଅସ୍ତ୍ର ସଜାଇ ଦେଶର ଚୌକିଦାର କହିଲେ ମୋଦି । ଆଉ ଏହି ନାରା ପାଇଁ କଂଗ୍ରେସକୁ ଚୋର କହି ଗାଁରୁ ବର୍ଜନ କରିଛନ୍ତି ମୋଦିଙ୍କ ପୋଷ୍ୟ ଗ୍ରାମବାସୀ ।

author img

By

Published : May 8, 2019, 5:13 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବାରଣାସୀ: ନିର୍ବାଚନ ସଂଗ୍ରାମରେ ମାର୍କେଟ ନେଇଥିଲା ଦୁଇଟି ଶବ୍ଦ 'ଚୌକିଦାର ଚୋର ହେ' । ପିଏମ ମୋଦିଙ୍କୁ "ଚୌକିଦାର ଚୋର" କହି ନିର୍ବାଚନୀ ଟାର୍ଗେଟ କରିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସର ଏହି ନାରାକୁ ନିଜର ଅସ୍ତ୍ର କରିଥିଲେ ମୋଦି । ରାଷ୍ଟ୍ର ସୁରକ୍ଷା ଲାଗି ନିଜର ହତିଆର ଭାବେ ଏହି ନାରାକୁ ବ୍ୟବହାର କରିବା ସହ ସଂପୂର୍ଣ୍ଣ ବିଜେପି ପାଲଟିଗଲା "ମେଁ ଭି ଚୌକିଦାର" । କଥା କେବଳ ଏତିକିରେ ରହିଲା ନାହିଁ, ଏ ନାରା ଏବେ ମୋଦିଙ୍କ ପୋଷ୍ୟ ଗାଁରେ ବିରୋଧୀଙ୍କୁ ଭିନ୍ନ ଢଙ୍କରେ ଟାର୍ଗେଟ କରିଛି ।

ପ୍ରଧାନମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମ ଯୋଜନା ଅନୁଯାୟୀ, ଉତ୍ତର ପ୍ରଦେଶ କକରହିୟା ଗାଁକୁ ମୋଦି ପୋଷ୍ୟ ଗ୍ରାମ ରୁପେ ଆପଣାଇଥିବା ବେଳେ ଏଠାରେ ବିରୋଧୀଙ୍କୁ ଚୋର କହି ଗାଁରୁ ବର୍ଜିନ କରାଯାଇଥିବା ପୋଷ୍ଟର ଦେଖିବାକୁ ମିଳିଛି ।

ଏହି ଗ୍ରାମରେ ରହୁଥିବା ବିଜେପି କର୍ମକର୍ତ୍ତାଙ୍କ ଅନୁଯାୟୀ, 23 ଅକ୍ଟୋବର 2017ରେ କକରହିୟା ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏଠାରେ ବିକାଶର ଚିତ୍ର ଦେଖିବାକୁ ମିଳିଛି । ଏଥିସହ ଗାଁକୁ ବହୁ ନେତାମନ୍ତ୍ରୀ ଯିବା ଆସିବା ମଧ୍ୟ କରୁଛନ୍ତି ।

ତେବେ ମୋଦିଙ୍କୁ ଚୋର ସମ୍ବୋଧିତ କରିବା ଦେଶର ଗାରିମାକୁ କ୍ଷତ ପହଞ୍ଚାଇଛି । ତେଣୁ ଯେଉଁମାନେ ମୋଦିଙ୍କୁ ଏଭଳି ସମ୍ବୋଦିତ କରିଛନ୍ତି ସେମାନଙ୍କ ପାଇଁ ଏ ପୋଷ୍ଟର ଉଦ୍ଦିଷ୍ଟ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମବାସୀଙ୍କ ଏଭଳି ପ୍ରଦର୍ଶନକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.