ETV Bharat / bharat

ମୋଦି-ଯୋଗୀଙ୍କ ବିରୋଧରେ ପରିବା ଚାଷୀଙ୍କ ପ୍ରତିବାଦ

ଗୋଟେ ପଟେ ଲୋକମାନେ ଲକଡାଉନରେ ଆବଶ୍ୟକ ଦୈନନ୍ଦିନ ସାମଗ୍ରୀ ପାଇଁ ସଂଘର୍ଷ କରୁଥିବାବେଳେ ବାରାଣାସୀର ଚାଷୀ କିନ୍ତୁ ପ୍ରତିବାଦ କରିଛନ୍ତି । ଆଉ ପ୍ରତିବାଦ ସ୍ବରୁପ ଲକ୍ଷ ଲକ୍ଷ ଟଙ୍କାର ପନିପରିବା ରାସ୍ତାରେ ଫିଙ୍ଗିଦେଇଛନ୍ତି ।

author img

By

Published : May 12, 2020, 10:11 AM IST

varanasi vegetables farmers protest
ମୋଦି-ଯୋଗୀଙ୍କ ବିରୋଧରେ ପରିବା ଚାଷୀଙ୍କ ପ୍ରତିବାଦ

ଲକ୍ଷ୍ନୌ: ଗୋଟେ ପଟେ ଲୋକମାନେ ଲକଡାଉନରେ ଆବଶ୍ୟକ ଦୈନନ୍ଦିନ ସାମଗ୍ରୀ ପାଇଁ ସଂଘର୍ଷ କରୁଥିବାବେଳେ ବାରାଣାସୀର ଚାଷୀ କିନ୍ତୁ ପ୍ରତିବାଦ କରିଛନ୍ତି । ଆଉ ପ୍ରତିବାଦ ସ୍ବରୁପ ଲକ୍ଷ ଲକ୍ଷ ଟଙ୍କାର ପନିପରିବା ରାସ୍ତାରେ ଫିଙ୍ଗିଦେଇଛନ୍ତି । ବଜାର ଖୋଲିବା ସମୟରେ ହୋଇଥିବା ପରିବର୍ତ୍ତନକୁ ନେଇ କୃଷକମାନେ ଅସନ୍ତୋଷ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କୃଷକମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ।

ପ୍ରକାଶଥାଉକି, ଲକଡାଉନ୍ ବେଳେ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଅନୁଯାୟୀ ରିହାତି ପ୍ରଦାନ କରୁଛନ୍ତି କିନ୍ତୁ ବାରାଣାସୀ ଲମହିରେ ପନିପରିବା ବଜାରକୁ ଆସୁଥିବା କୃଷକମାନଙ୍କ ପାଇଁ 10 ତାରିଖରୁ ବଜାର ଓ ବଡ ମଣ୍ଡି ଖୋଲିବା ସମୟର ପରିବର୍ତ୍ତନ କରାଯାଇଛି । ଏହାକୁ ଚାଷୀମାନେ ବିରୋଧ କରିଥିଲେ ।

ନୂତନ ସମୟ ଅନୁଯାୟୀ ପନିପରିବା ବଜାର ସକାଳ 8 ଟାରେ ଖୋଲିବାକୁ ଥିଲା କିନ୍ତୁ କୃଷକମାନେ ସକାଳ 7 ଟାରେ ମଣ୍ଡିରେ ପହଞ୍ଚିଥିଲେ। ଏହାର ପ୍ରତିବାଦରେ କୃଷକମାନେ ରାଗିଯାଇ ପନିପରିବା ନଷ୍ଟ କରିଦେଇଥିଲେ । ଏ ସମ୍ପର୍କରେ ପୋଲିସ ମଣ୍ଡିର ଅଧିକାରୀମାନଙ୍କୁ ନେଇ ପଚରାଉଚରା କରିଥିଲା।

ବ୍ୟବସାୟୀମାନେ କହିଛନ୍ତି ଯେ ହୋଲସେଲ ପନିପରିବା ବଜାରରେ ଚାଷୀଙ୍କ ପାଇଁ ସକାଳ 3 ରୁ 6 ପର୍ଯ୍ୟନ୍ତ ଛାଡ୍ ଥିଲା। ତା’ପରେ ପନିପରିବା ଖୁଚୁରା ବଜାରକୁ ଯାଉଥିଲା, କିନ୍ତୁ ବର୍ତ୍ତମାନ ସମୟ ସକାଳ 8 ଟାରୁ ଦିନ 2 ଟା ପର୍ଯ୍ୟନ୍ତ ସମୟ ରହିଛି । ଏହି ନୂତନ ସମୟ ଫଳରେ ଖୁଚୁରା ବଜାରକୁ ତ ବିଳମ୍ବରେ ଯାଉଥିଲା ଏହାସହ ପରିବା ଖରାପ ମଧ୍ୟ ହେଇଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.