ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀ ଅନ୍ତର୍ଗତ ଶହେନଶାହପୁର ଗ୍ରାମରେ ଆଜକୁ ଠିକ୍ 2ବର୍ଷ ତଳେ ଅର୍ଥାତ 23 ସେପ୍ଟେମ୍ବର 2017ରେ ଏକ ଶୌଚାଳୟ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କରିଥିଲେ । ବନବାସୀ ବସ୍ତିରେ ଶୌଚାଳୟକୁ 'ଇଜ୍ଜତ ଘର' ନାମ ଦେଇ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କରିଥିଲେ ମୋଦି । ଏବେ ଏହି ଗ୍ରାମବାସୀ ମୋଦିଙ୍କୁ ରେକର୍ଡ ସଂଖ୍ୟକ ଭୋଟ ଦେଇ ବିଜୟୀ କରିଛନ୍ତି ।
ସୂଚନା ଅନୁସାରେ ସଦ୍ୟ ସମାପ୍ତ ସପ୍ତଦଶ ଲୋକସଭା ନିର୍ବାଚନରେ ଶହେନଶାହପୁରର ଦୁଇଟି ବୁଥ୍ରେ ମତଦାନ କରାଯାଇଥିଲା । ଏହି ଦୁଇଟି ବୁଥ୍ରେ 1429 ପୋଲିଂ ହୋଇଥିବା ସୂଚନା ରହିଛି । ଏଥିରେ ମୋଦିଙ୍କୁ 199ଖଣ୍ଡ ଭୋଟ ମିଳିଥିଲା । ଅର୍ଥାତ ମୋଟ ଭୋଟର 61.85 ପ୍ରତିଶତ ଭୋଟ ମୋଦିଙ୍କ ଖାତାକୁ ଯାଇଥିଲା । ଏହାସହ ଫିର୍ ଏକ ବାର ମୋଦି ସରକାର ନାରାକୁ ସଫଳ କରିବାରେ ସହାୟକ ହୋଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କର ସ୍ବଚ୍ଛ ଭାରତ ମିଶନ ଅଭିଯାନ ଅନୁଯାୟୀ ନିର୍ମାଣ କରାଯାଇଥିବା ଶୌଚାଳୟର ନାମକୁ ପରିବର୍ତ୍ତନ କରାଯାଇ 'ଇଜ୍ଜତ ଘର' ରଖାଯାଇଥିଲା ।
ଏହାସହ ଏହି ଅଞ୍ଚଳର ଗ୍ରାମବାସୀମାନେ ଖୋଲାରେ ମଳତ୍ୟାଗ ନ କରିବା ପାଇଁ ଶପଥ ନେଇଥିଲେ । ଫଳରେ ଗ୍ରାମବାସୀମାନେ ଶୌଚାଳୟକୁ ଇଜ୍ଜତ ଘର ଭାବେ ନାମିତ କରିଥିଲେ ।