ETV Bharat / bharat

ବନ୍ଦେ ଭାରତ ମିଶନ: ରିୟାଦରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କଲେ 148 ଭାରତୀୟ

148 ଜଣ ଯାତ୍ରୀଙ୍କ ସହ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ବିମାନ ରବିବାର ଦିନ ରିୟାଦରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛି। ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ଏଆଇ 1936 କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ରିୟାଦରୁ 148 ଜଣ ଯାତ୍ରୀଙ୍କ ସହ ବିମାନରେ ଯାତ୍ରା କରିଛି ବୋଲି ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛନ୍ତି । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନ: ରିୟାଦରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କଲେ 148 ଭାରତୀୟ
ବନ୍ଦେ ଭାରତ ମିଶନ: ରିୟାଦରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କଲେ 148 ଭାରତୀୟ
author img

By

Published : May 31, 2020, 6:58 PM IST

ରିୟାଦ: ସାରା ବିଶ୍ବରେ ଏବେ ଚାଲିଥବା କୋରୋନା ଭଳି ମହାସଙ୍କଟ ସମୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି। ଏନେଇ 148 ଜଣ ଯାତ୍ରୀଙ୍କ ସହ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ବିମାନ ରବିବାର ଦିନ ରିୟାଦରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛି। ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ଏଆଇ 1936 କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ରିୟାଦରୁ 148 ଜଣ ଯାତ୍ରୀଙ୍କ ସହ ହାଇଦ୍ରାବାଦ ଯାତ୍ରା କରିଛି ବୋଲି ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ଟ୍ୱିଟ୍ କରି କହିଛନ୍ତି ।

ଲକଡାଉନ କାରଣରୁ ବିଦେଶରେ ଫସି ରହିଥିବା 47 ହଜାରରୁ ଅଧିକ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ବନ୍ଦେ ଭାରତ ମିଶନ ଅଧୀନରେ ସ୍ବଦେଶ ଅଣାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଏଥିସହିତ ଜୁନ୍ 13 ସୁଦ୍ଧା ଆହୁରି 1 ଲକ୍ଷ ଲୋକଙ୍କୁ ବନ୍ଦେ ଭାରତ ମିଶନ ଜରିଆରେ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ସୂଚନା ଅନୁଯାୟୀ, ଲକଡାଉନ କାରଣରୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଗତ ମେ 7ରେ ବନ୍ଦେ ଭାରତ ମିଶନ ଅଭିଯାନ ଆରମ୍ଭ ହୋଇଥିଲା ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.