ନୂଆଦିଲ୍ଲୀ: ଗଲ୍ଫ ଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇଆଣିବା ପାଇଁ ଆଉ 58 ଟି ବିମାନ ଯୋଡି ହୋଇଛି । ଜୁନ 30 ମଧ୍ୟରେ ଏହି ବିମାନଗୁଡିକୁ ପଠାଯିବ । ବୁଧବାର ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ଅଧିନରେ ଗଲ୍ଫ ଦେଶରୁ ବିମାନ ଉଡାଣ ସଂଖ୍ୟା ଏବେ 107ରୁ ବୃଦ୍ଧି ପାଇ 165ରେ ପହଞ୍ଚିଛି । ବନ୍ଦେ ଭାରତ ମିଶନ ଜରିଆରେ ବିଶ୍ୱର ବିଭିନ୍ନ ଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ବଦେଶ ଆଣିବାକୁ ବ୍ୟବସ୍ଥା କରାଯାଇଛି ।