ETV Bharat / bharat

ବନ୍ଦେ ଭାରତ ମିଶନ: ଇଜିପ୍ଟର କାଇରୋରୁ ଫେରୁଛନ୍ତି 235 ଭାରତୀୟ

author img

By

Published : Jun 16, 2020, 7:13 AM IST

ବନ୍ଦେ ଭାରତ ମିଶନ ଅଧିନରେ ଏହା ଦ୍ବିତୀୟ ଥର ଇଜିପ୍ଟରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ବିମାନ ଉଡାଣ ଭରିଛି । ଅଧିକ ପଢନ୍ତୁ...

ଇଜିପ୍ଟର କାଇରୋରୁ ଫେରୁଛନ୍ତି 235 ଭାରତୀୟ
ଇଜିପ୍ଟର କାଇରୋରୁ ଫେରୁଛନ୍ତି 235 ଭାରତୀୟ

କାଇରୋ: ବନ୍ଦେ ଭାରତ ମିଶନ ଅଧୀନରେ ଏକ ବିମାନ ଇଜିପ୍ଟର କାଇରୋରୁ ଭାରତୀୟଙ୍କୁ ନେଇ ଫେରୁଛି । ସୋମବାର ଏହି ବିମାନରୁ ମୁମ୍ବାଇ ଓ କୋଚି ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ବନ୍ଦେ ଭାରତ ମିଶନ ଅଧିନରେ କାଇରୋରୁ ଏହା ଦ୍ବିତୀୟ ବିମାନ ଉଡାଣ ଭରିଛି । 235 ଯାତ୍ରୀଙ୍କ ସମତେ 3 ଶିଶୁ ମୁମ୍ବାଇ ଓ କୋଚି ଫେରୁଛନ୍ତି । ଇଜିପ୍ଟ ଥିବା ଭାରତୀୟ ଦୂତାବାସ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଯାତ୍ରା ପାଇଁ କାମ କରିଛନ୍ତି ।

କୋଭିଡ ସଂକ୍ରମଣ ଯୋଗୁଁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଥିବାରୁ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଭାରତ ସରକାରଙ୍କ ପଦକ୍ଷେପ। ଏହି ମିଶନ ଅଧୀନରେ 29,034 ପ୍ରବାସୀ ଶ୍ରମିକଙ୍କ ସମେତ ମୋଟ 1,65,375 ଲୋକ ଫେରି ଆସିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଛନ୍ତି।

ମେ 7 ତାରିଖରୁ ଏହି ମିଶନ ଆରମ୍ଭ ହେଇଥିଲା ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ 16 ରେ ଆରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.