ETV Bharat / bharat

ନ୍ୟୁଜିଲାଣ୍ଡରୁ 217 ଭାରତୀୟଙ୍କୁ ନେଇ ବାହାରିଲା ଏୟାର ଇଣ୍ଡିଆ ବିମାନ - ଇଣ୍ଡିଆନ ହାଇ କମିଶନ

ବୁଧବାର ବନ୍ଦେ ଭାରତ ମିଶନ ଅଧିନରେ ଚାଲୁଥିବା ଏୟାର ଇଣ୍ଡିଆ ବିମାନ ନ୍ୟୁଜିଲାଣ୍ଡର ଅକଲାଣ୍ଡ ଏୟାରପୋର୍ଟରୁ 217 ଭାରତୀୟଙ୍କୁ ନେଇ ବାହାରିଲା । ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡରେ ଥିବା ଇଣ୍ଡିଆନ ହାଇ କମିଶନ ।

_bande bharat mission
ନ୍ୟୁଜଲାଣ୍ଡରରୁ 217 ଭାରତୀୟଙ୍କୁ ନେଇ ବାହାରିଲା ଏୟାର ଇଣ୍ଡିଆ ବିମାନ
author img

By

Published : Jun 17, 2020, 9:52 AM IST

ନୂଆଦିଲ୍ଲୀ: 217 ଭାରତୀୟଙ୍କୁ ନେଇ ନ୍ୟୁଜିଲାଣ୍ଡରୁ ବାହାରିଲା ଏୟାର ଇଣ୍ଡିଆ ବିମାନ । ବୁଧବାର ବନ୍ଦେ ଭାରତ ମିଶନ ଅଧିନରେ ଚାଲୁଥିବା ଏୟାର ଇଣ୍ଡିଆ ବିମାନ ନ୍ୟୁଜିଲାଣ୍ଡର ଅକଲାଣ୍ଡ ଏୟାରପୋର୍ଟରୁ 217 ଭାରତୀୟଙ୍କୁ ନେଇ ବାହାରିଲା । ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡରେ ଥିବା ଇଣ୍ଡିଆନ ହାଇ କମିଶନ ।

ସୂଚନା ଅନୁୟାୟୀ, କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ ବିଦେଶରେ ବହୁ ଭାରତୀୟ ଫସି ରହିଛନ୍ତି । ଏଣୁ କେନ୍ଦ୍ର ସରକାର ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରିଛନ୍ତି ।

ତେବେ ବନ୍ଦେ ଭାରତ ମିଶନର ପ୍ରଥମ ଫେଜ ଗତ ମେ 7ରୁ ଆରମ୍ଭ ହୋଇଥିଲା । ଏଥିସହ ଏହି ମିଶନର ଦ୍ବିତୀୟ ଫେଜ ମେ 16ରେ ଆରମ୍ଭ ହୋଇଥିଲା । ସେହିପରି ମିଶନର ତୃତୀୟ ଫେଜ ଜୁନ 11ରୁ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ । ତେବେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 65 ହଜାର 375 ଭାରତୀୟଙ୍କୁ ବିଦେଶରୁ ସ୍ବଦେଶ ଅଣାଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.