ETV Bharat / bharat

ବନ୍ଦେ ଭାରତ ମିଶନ: ତୃତୀୟ ପର୍ଯ୍ୟାୟରେ ଟୋରୋଣ୍ଟୋରୁ ଫେରିଲେ 137 ଭାରତୀୟ

author img

By

Published : Jun 15, 2020, 5:50 PM IST

ବନ୍ଦେ ଭାରତ ମିଶନ ଅଧିନରେ ଏକ ସ୍ୱତନ୍ତ୍ର ବିମାନ 137 ଜଣ ଭାରତୀୟଙ୍କ ସହ ଟୋରୋଣ୍ଟୋରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ତେବେ ଏହି ମିଶନର ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନ: ତୃତୀୟ ପର୍ଯ୍ୟାୟରେ ଟୋରୋଣ୍ଟୋରୁ ଫେରିଲେ 137 ଭାରତୀୟ
ବନ୍ଦେ ଭାରତ ମିଶନ: ତୃତୀୟ ପର୍ଯ୍ୟାୟରେ ଟୋରୋଣ୍ଟୋରୁ ଫେରିଲେ 137 ଭାରତୀୟ

ଓଟାୱା: ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା 'ବନ୍ଦେ ଭାରତ ମିଶନ'ର ଶୁଭାରମ୍ଭ କରିଥିଲେ। ତେବେ ରବିବାର ବନ୍ଦେ ଭାରତ ମିଶନ ଅଧିନରେ ଏକ ସ୍ୱତନ୍ତ୍ର ବିମାନ 137 ଜଣ ଭାରତୀୟଙ୍କ ସହ ଟୋରୋଣ୍ଟୋରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି । ବନ୍ଦେ ଭାରତ ମିଶନ ହେଉଛି , COVID-19 କାରଣରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଥିବାରୁ ପୃଥିବୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପ।

ତେବେ ଏଯାବତ୍ ବନ୍ଦେ ଭାରତ ମିଶନ ଅଧୀନରେ 1,65,375 ଜଣଙ୍କ ସମେତ 29,034 ପ୍ରବାସୀ ଶ୍ରମିକ ଫେରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଛନ୍ତି। ଏହି ମିଶନର ପ୍ରଥମ ପର୍ଯ୍ୟାୟ 7 ମଇରୁ ଆରମ୍ଭ ହୋଇଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ 16 ରେ ଆରମ୍ଭ ହୋଇଥିଲା । ତେବେ ଏହି ମିଶନର ତୃତୀୟ ପର୍ଯ୍ୟାୟ ଜୁନ୍ 11 ରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଚାଲିବ ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.