ETV Bharat / bharat

ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ, କତାରରୁ କେରଳ ଉଡିଲେ 178 ଯାତ୍ରୀ - Vande Bharat flight

ଚାଲିଛି ବନ୍ଦେ ଭାରତ ମିଶନ ଅଧୀନରେ ତୃତୀୟ ପର୍ଯ୍ୟାୟ ସ୍ଥାନାନ୍ତରଣ ପ୍ରକ୍ରିୟା। ସୋମବାର ଏକ ସ୍ବତନ୍ତ୍ର ବିମାନ 178 ଜଣ ଭାରତୀୟ ଯାତ୍ରୀଙ୍କୁ ସହ କେରଳର କନ୍ନୁର ଅଭିମୁଖେ ଉଡାଣ ଭରିଛି।

ତୃତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ, କ୍ବାତାରରୁ କେରଳ ଉଡିଲେ 178 ଯାତ୍ରୀ

author img

By

Published : Jun 15, 2020, 10:44 AM IST

ନୂଆଦିଲ୍ଲୀ: ଚାଲିଛି ବନ୍ଦେ ଭାରତ ମିଶନ ଅଧୀନରେ ତୃତୀୟ ପର୍ଯ୍ୟାୟ ସ୍ଥାନାନ୍ତରଣ ପ୍ରକ୍ରିୟା। ସୋମବାର ଏକ ସ୍ବତନ୍ତ୍ର ବିମାନ 178 ଜଣ ଭାରତୀୟ ଯାତ୍ରୀଙ୍କୁ ସହ କେରଳର କନ୍ନୁର ଅଭିମୁଖେ ଉଡାଣ ଭରିଛି।

"IX- 1774 କିଛି ସମୟ ପୂର୍ବରୁ 178 ଯାତ୍ରୀ ଏବଂ 6 ଶିଶୁଙ୍କ ସହ କନ୍ନୁର ଅଭିମୁଖେ ଯାତ୍ରା କରିଥିଲା। ଏହା ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଦୋହା ଠାରୁ 31 ତମ ବିମାନ ଯାତ୍ରା ଥିଲା" ବୋଲି ସେଠାକାର ଭାରତୀୟ ଦୂତାବାସ ଟ୍ବିଟ କରି କହିଛନ୍ତି।

ବନ୍ଦେ ଭାରତ' ମିଶନ ହେଉଛି ଭାରତ ସରକାରଙ୍କ ପକ୍ଷରୁ ଏକ ଯୁଗାାନ୍ତକାରୀ ପଦକ୍ଷେପ। ଯାହାକି କୋଭିଡ 19 ବିସ୍ତାର ପାଇଁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଥିବାରୁ ପୃଥିବୀର ବିଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତରଣରେ ନିୟୋଜିତ କରାଯାଇଛି।

ବନ୍ଦେ ଭାରତ ମିଶନ ଅଧୀନରେ 29,034 ପ୍ରବାସୀ ଶ୍ରମିକଙ୍କ ସମେତ ମୋଟ 1,65,375 ଲୋକ ଫେରି ଆସିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର କହିଛନ୍ତି।

ଏହି ସ୍ଥାନାନ୍ତରଣ ମେ 7 ରେ ଆରମ୍ଭ ହୋଇଥିଲା ଏବଂ ଏହାର ଦ୍ୱିତୀୟ ପର୍ଯ୍ୟାୟ ମେ 16 ରେ ଆରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟ ସ୍ଥାନାନ୍ତରଣ 11 ଜୁନରୁ ଆରମ୍ଭ ହୋଇ ଜୁନ୍ 30 ପର୍ଯ୍ୟନ୍ତ ଜାରି ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.