ETV Bharat / bharat

ବାଜପେୟୀଙ୍କ ଅସ୍ଥି ବିସର୍ଜନର ଖର୍ଚ୍ଚ ଦେଉନାହାଁନ୍ତି ୟୁପି ସରକାର

ମୃତ୍ୟୁକୁ ବର୍ଷେ ଅସ୍ଥି ବିସର୍ଜନକୁ ପୁରିଛି 10 ମାସ । ହେଲେ ବିଭିନ୍ନ ବିଭାଗ ଘୁରି ବୁଲୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନରେ ଖର୍ଚ୍ଚ ହୋଇଥିବା ଟଙ୍କାର ଫାଇଲ ।

author img

By

Published : Jun 26, 2019, 11:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲକ୍ଷ୍ନୌ: ଦୀର୍ଘ ଦିନ ଧରି ୟୁପି ସରକାରଙ୍କ ପାଖରେ ଘୁରିବୁଲୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନରେ ଖର୍ଚ୍ଚ ହୋଇଥିବା ଟଙ୍କାର ଫାଇଲ । ସୂଚନାମୁତାବକ, ବାଜପେୟୀଙ୍କ ଅସ୍ଥି ବିସର୍ଜନର ହୋଇଥିବା ସମସ୍ତ ଖର୍ଚ୍ଚ ଉତ୍ତର ପ୍ରଦେଶ ସରକାର ଭରିବାକୁ ଥିବାବେଳେ ଆଜିଯାଏଁ ଏହାର ଖର୍ଚ୍ଚ ଭରିନାହାନ୍ତି ସରକାର । ଲକ୍ଷ୍ନୌ ଡେଭଲପମେଣ୍ଟ ଅଥୋରିଟି ଗତବର୍ଷ ଠାରୁ ଖର୍ଚ୍ଚ ଭରଣ ପାଇଁ ସରକାରଙ୍କୁ ଚିଠି ଲେଖିଚାଲିଛନ୍ତି ହେଲେ ଏହାର କୌଣସି ଉତ୍ତର ମିଳିନାହିଁ । ଏଲଡିଏର କହିବାନୂଯାୟୀ, ପୂର୍ବତମ ପିଏମ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ 2.54 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଉତ୍ତର ପ୍ରଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନର ଖର୍ଚ୍ଚ ଉଠାଇବାକୁ କେହି ପ୍ରସ୍ତୁତ ନାହାନ୍ତି । ଯେଉଁଥିପାଇଁ ଏହି ଫାଇଲ ଏଠିସେଠି ବୁଲୁଛି । ତେବେ ଏହି ଖବର ମିଡିଆରେ ଆସିବା ପରେ ୟୁପି ସରକାରଙ୍କର ଏବେ ନିଦ ଭାଙ୍ଗିଛି । ତେଣୁ ସମସ୍ତ ଖର୍ଚ୍ଚ ପୈଠ କରିବା ନେଇ ୟୁପିର ସୂଚନା ବିଭାଗ ନିଷ୍ପତ୍ତି ନେଇଛି । ତେବେ ସ୍ବର୍ଗତଃ ବାଜପେୟୀଙ୍କ ଦେହାନ୍ତ 2018 ଅଗଷ୍ଟ 16 ତାରିଖରେ ହୋଇଥିବାବେଳେ ଅସ୍ଥି ବିସର୍ଜନ ଲକ୍ଷ୍ନୌର ଗୋମତୀ ନଦୀରେ କରାଯାଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଙ୍କ ଉତ୍ତରପ୍ରଦେଶ ସହ ତାଙ୍କର ଖାସ ସମ୍ପର୍କ ରହିଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହେବାପରେ ଅସ୍ଥି ବିସର୍ଜନର ହୋଇଥିବା ସମସ୍ତ ଖର୍ଚ୍ଚ ଭରିବାକୁ କୌଣସି ବିଭାଗ ରାଜି ନାହାନ୍ତି । ତେଣୁ ଏଥିରେ ଖର୍ଚ୍ଚ ହୋଇଥିବା 2.54 କୋଟି ଟଙ୍କାର ଫାଇଲ ଗତ 10 ମାସ ହେଲାଣି ବିଭିନ୍ନ ବିଭାଗ ଘୁରି ବୁଲୁଛି ।

Intro:Body:

FGDFGS

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.