ETV Bharat / bharat

ଆନ୍ତଃରାଜ୍ୟ ସେକ୍ସ ରାକେଟ ଠାବ; ୬ ଗିରଫ, 4 ଯୁବତୀ ଉଦ୍ଧାର - ଭଦୋଦରା ପୋଲିସ ଦ୍ବାରା ଠାବ ହେଲା ଅନଲାଇନ୍ ସେକ୍ସ ରାକେଟ

ଭଦୋଦରା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଦ୍ବାରା ଠାବ ହେଲା ଅନଲାଇନ୍ ସେକ୍ସ ରାକେଟ । ୱେବସାଇଟ ମାଧ୍ୟମରେ ଚାଲିଥିଲା କାରବାର । ୪ ଜଣ ଝିଅ ଉଦ୍ଧାର ଉଦ୍ଧାର ହୋଇଥିବା ବେଳେ ଘଟଣାରେ ସଂମ୍ପୃକ୍ତ ୬ ଏଜେଣ୍ଟକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

busted a high profile interstate sex racket
ଆନ୍ତଃରାଜ୍ୟ ସେକ୍ସ ରାକେଟ ଠାବ
author img

By

Published : Mar 3, 2020, 9:07 AM IST

ଗୁଜୁରାଟ: ଏକ ଆନ୍ତଃରାଜ୍ୟ ସେକ୍ସ ରାକେଟକୁ ଠାବ କରିଛି ଗୁଜୁରାଟ ଭଦୋଦରା ପୋଲିସ । ୪ ଜଣ ଝିଅ ଉଦ୍ଧାର ଉଦ୍ଧାର ହୋଇଥିବା ବେଳେ ଘଟଣାରେ ସଂମ୍ପୃକ୍ତ ୬ ଏଜେଣ୍ଟକୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନା ମୁତାବକ, ଦୁଇଟି ୱେବସାଇଟ ମାଧ୍ୟମରେ ଚାଲିଥିଲା ସେକ୍ସ ରାକେଟ । ଅଭିଯୁକ୍ତ ଏଜେଣ୍ଟମାନେ ଅନଲାଇନ ମାଧ୍ୟାମରେ ଗ୍ରାହକ ଯୋଗାଡ଼ କରୁଥିଲେ । ତେବେ ଭଦୋଦରା ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଦ୍ବାରା ଏହି ଅନଲାଇନ୍ ସେକ୍ସ ରାକେଟକୁ ଠାବ କରିଥିଲା । ଏହି ୱେବସାଇଟ୍ ଗୁଡିକ ଏଜେଣ୍ଟମାନଙ୍କ ସହିତ ସଂଯୋଗ କରିବାକୁ ହ୍ବାଟସ୍ ଆପ୍ ମାଧ୍ୟମରେ ଫୋନ୍ ନମ୍ବର ଦିଆଯାଇଥାଏ ।

ତେବେ ଉଦ୍ଧାର ହୋଇଥିବା ଚାରିଜଣ ମହିଳାଙ୍କ ମଧ୍ୟରୁ ଜଣେ ଗୁଜୁରାଟର ବୋଲି ଜଣାପଡ଼ିଛି । ସେମାନଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦିଆଯାଇ ନିଯୁକ୍ତିଦାତାମାନଙ୍କ ଦ୍ବାରା ଖାଦ୍ୟ, ଜଳ ଏବଂ ଘର ଯୋଗାଇ ଦିଆଯାଇଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ କେଉଁମାନେ ଏହି ରାକେଟରେ ଜଡ଼ିତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଚଳାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.