ETV Bharat / bharat

ଚୋର ଧରିବାକୁ ଯାଇ କ୍ବାରେନଣ୍ଟାଇନରେ ପୋଲିସ ଟିମ୍ - corona virus

ଚୋର ଧରିବାକୁ ଯାଇ ପୋଲିସ ହଟହଟା। ଚୋରିରେ ସମ୍ପୃକ୍ତ 2 ଜଣ ବ୍ୟକ୍ତି କୋରୋନା ପଜିଟିଭ୍ ଆସିବା ପରେ ଚୋର ଧରିବାକୁ ଯାଇଥିବା ସମସ୍ତ ପୋଲିସଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି। ଅଧିକ ଖବର ପଢନ୍ତୁ...

paan-masala-thief-infected
ଚୋର ଧରିବାକୁ ଯାଇ କ୍ବାରେନଣ୍ଟାଇନରେ ପୋଲିସ ଟିମ୍
author img

By

Published : Apr 17, 2020, 9:27 AM IST

ଗାନ୍ଧୀନଗର: ଚୋର ଓ ପୋଲିସ ଖେଳ। ଏହି ଖେଳରେ ଚୋର ଧରାପଡିବା ପରେ ପୋଲିସ ପାଇଁ ତାହା ବିପଦ ସୃଷ୍ଟି କରିଛି। କାରଣ ଚୋରଟି କୋରୋନା ପଜିଟିଭ୍ ଥିବା ବେଳେ ପୋଲିସ କନେଷ୍ଟବଳ ଜଣଙ୍କ ମଧ୍ୟ ତାହା ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏପରି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଭଦୋଦରାରେ।

ସୂଚନା ଅନୁସାରେ, ଆୟୁବ ତାଇ ଓ ତାର ସହଯୋଗୀ ଏକ ପାନ ମସଲା ଦୋକାନରୁ 4,625 ଟଙ୍କାର ସାମଗ୍ରୀ ଚୋରି କରିଥିଲେ। ଏହି ଚୋରଙ୍କୁ ଧରିବା ପାଇଁ ହେଡ୍ କନେଷ୍ଟବଳ ରାଜେନ୍ଦ୍ର ସିଂ ଜାଲା ପହଞ୍ଚିଥିଲେ। ଏହି ସମୟରେ ସେମାନଙ୍କ କୋରୋନା ଭାଇରସ୍ ପାଇଁ ପରୀକ୍ଷା କରାଯାଇଥିବା ବେଳେ ସେମାନେ ପଜିଟିଭ୍ ଆସିଛନ୍ତି। ତେବେ ଉଭୟଙ୍କୁ ଏସଏସଜି ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ତେବେ ଏହି ଚୋରଙ୍କୁ ଧରିବାକୁ ଯାଇଥିବା ସମସ୍ତ ପୋଲିସ କନେଷ୍ଟବଳଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ କ୍ବାରେନଣ୍ଟାଇନରେ ରଖାଯାଇଛି। ଘଟଣା ପରେ ଡାବୋଇ ପୋଲିସ ଷ୍ଟେସନକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.