ETV Bharat / bharat

ଭାରତ ପାଇଁ ଭ୍ୟାକ୍ସିନ ଚ୍ୟାଲେଞ୍ଜ, -70°C ରେ ରହିବ ଫାଇଜର ଟୀକା - ଫାଇଜର ଟୀକା

ମହାମାରୀ ସଙ୍କଟ ମଧ୍ୟରେ ଫାଇଜର ଟୀକା ଆଶା ସଞ୍ଚାର କରିଥିବା ବେଳେ ଏହାର ସଂରକ୍ଷଣ ଭାରତ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ...

ଭାରତ ପାଇଁ ଭ୍ୟାକ୍ସିନ ଚ୍ୟାଲେଞ୍ଜ, -70°C ରେ ରହିବ ଫାଇଜର ଟୀକା

author img

By

Published : Nov 11, 2020, 5:16 PM IST

ନୂଆଦିଲ୍ଲୀ: ସାରା ଦେଶରେ ବଢି ଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏଭଳି ସ୍ଥିତିରେ ନିକଟରେ ଆମେରିକା କମ୍ପାନୀ ଫାଇଜରର ଦାବି ଅନୁଯାୟୀ ଏହାର ଟୀକା 90 ପ୍ରତିଶତ ପ୍ରଭାବଶାଳୀ । ମହାମାରୀ ସଙ୍କଟ ମଧ୍ୟରେ ଫାଇଜର ଟୀକା ଆଶା ସଞ୍ଚାର କରିଥିବା ବେଳେ ଏହାର ସଂରକ୍ଷଣ ଭାରତ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ ।

ଫାଇଜର ପକ୍ଷରୁ ପ୍ରସ୍ତୁତ କୋରୋନା ଭ୍ୟାକ୍ସିନକୁ ନେଇ ବଡ ବୟାନ ଦେଇଛନ୍ତି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ । ଏମ୍ସ ନିର୍ଦେଶକଙ୍କ କହିବା ଅନୁଯାୟୀ ଫାଇଜର ଭ୍ୟାକ୍ସିନକୁ -70 ଡିଗ୍ରୀ ସେଲସିୟସରେ ରହିପାରିବ । ଏହା ଭାରତ ଭଳି ଦେଶରେ ଏକ ପ୍ରକାରର ଚ୍ୟାଲେଞ୍ଜ କୁହାଯାଇପାରେ । ଏଭଳ ଦେଶରେ ଶୀତଳିକରଣ ଚେନ୍‌ ବଜାୟ ରଖିବା ବଡ କଠିନ କାର୍ଯ୍ୟ । ଖାସ କରି ଗ୍ରାମୀଣ କ୍ଷେତ୍ରରେ ଏହା ସମ୍ଭବପର ନୁହେଁ । ଅନ୍ୟପକ୍ଷେ ଭ୍ୟାକ୍ସିନ ଗବେଷଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏକ ଉତ୍ସାହଜନକ ଖବର ବୋଲି ଗୁଲେରିଆ କହିଛନ୍ତି ।

ନିକଟରେ କୋଭିଡ ଭ୍ୟାକ୍ସିନ 90 ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି ଆମେରିକାର ଔଷଧ କମ୍ପାନୀ ଫାଇଜର । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ସେମାନଙ୍କ ଟୀକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି । ତଥ୍ୟ ଉପରେ ନଜର ରଖୁଥିବା ଏକ ସ୍ବତନ୍ତ୍ର ମନିଟରିଂ କମିଟି ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ ବାୟୋଟେକ୍ନୋଲୋଜି ( ବାୟୋ ଟେକ) ଦ୍ବାରା ବିକଶିତ କୋରୋନା ଭୂତାଣୁ ଟୀକା 90 ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଅଟେ।

ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛନ୍ତି ଏମ୍ସ ନିର୍ଦେଶକ । ସେ କହିଛନ୍ତି, ଦିଲ୍ଲୀରେ କୋରୋନା ମାମଲାରେ ଆମେ ଦ୍ରୁତ ବୃଦ୍ଧି ଦେଖୁଛୁ। ଏହାର କାରଣ ହେଉଛି ଲୋକମାନେ ସତର୍କତା ଅବଲମ୍ବନ କରୁନାହାନ୍ତି ନାହିଁ | ଏହାକୁ ତଦାରଖ କରିବା ପାଇଁ ଆମକୁ ତତ୍ପରତାର ସହ କାର୍ଯ୍ୟ କରିବାକୁ ପଡିବ। ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କରୋନା ମାମଲା 41 ହଜାର ଅତିକ୍ରମ କରିଛି। ରାଜଧାନୀରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.