ETV Bharat / bharat

ଉତ୍ତରପ୍ରଦେଶରେ ଲକଡାଉନ୍ 4.0ର ଗାଇଡଲାଇନ୍ ଜାରି

author img

By

Published : May 19, 2020, 9:10 AM IST

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକଡାଉନ୍ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର ଶିଳ୍ପ କାର୍ଯ୍ୟକଳାପକୁ ନିର୍ଦ୍ଦେଶାବଳୀରେ ଅନୁମୋଦନ କରାଯାଇଛି ।

lockdown 4.0
ଉତ୍ତରପ୍ରଦେଶରେ ଲକଡାଉନ୍ 4.0

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକଡାଉନ୍ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର ଶିଳ୍ପ କାର୍ଯ୍ୟକଳାପକୁ ନିର୍ଦ୍ଦେଶାବଳୀରେ ଅନୁମୋଦନ କରାଯାଇଛି । ଅବଶ୍ୟ କଣ୍ଟେନମେଣ୍ଟ ଜୋନରେ ଶିଳ୍ପ କାର୍ଯ୍ୟକଳାପ ବନ୍ଦ ରହିବ । ବିଭିନ୍ନ ବଜାର ପ୍ରତିଦିନ ଖୋଲିବ । ପନିପରିବା ବଜାର (ହୋଲସେଲ) ସକାଳ 4 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲିବ । ପନିପରିବା ବଜାର (ଖୁଚୁରା) ଗୁଡିକ ସକାଳ 6 ଟାରୁ 9 ଟା ପର୍ଯ୍ୟନ୍ତ ଖୋଲିବ । ପନିପରିବା ଦୋକାନ ସକାଳ 8 ଟାରୁ ରାତି 6 ଟା ପର୍ଯ୍ୟନ୍ତ ଖୋଲା ରହିବ ।

ରେସ୍ତୋରାଁ ଗୁଡିକ ହୋମ୍ ଡେଲିଭରି କରିପାରିବେ । ମିଠା ଦୋକାନ ଖୋଲିବ କିନ୍ତୁ ସେଠାରେ ବସି ଖାଇବାକୁ ଦିଆଯିବ ନାହିଁ । ରାସ୍ତାଘାଟର ବିକ୍ରେତାମାନେ ସେମାନଙ୍କର କାର୍ଯ୍ୟ କରିବାକୁ ସମର୍ଥ ହେବେ। କିନ୍ତୁ ସେମାନଙ୍କୁ ମାସ୍କ ଓ ଗ୍ଲୋଭସ୍ ପିନ୍ଧିବାକୁ ପଡିବ ଏବଂ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ।

ଡ୍ରାଇଭର ବ୍ୟତୀତ ଆଉ ଦୁଇଜଣ ଲୋକ ଚାରି ଚକିଆ ଯାନରେ ବସିପାରିବେ । ଯଦି ପରିବାରରେ ପିଲା ଅଛନ୍ତି ତେବେ ଦୁଇ ଜଣ ପିଲାଙ୍କୁ ଅନୁମତି ଦିଆଯିବ । ବାଇକ ଆରୋହୀମାନେ ଏକୁଟିଆ ଯିବେ ମାତ୍ର ଯଦି ମହିଳା ପଛରେ ବସିଥିବେ ତେବେ ଅନୁମତି ଦିଆଯିବ । ଡ୍ରାଇଭର ବ୍ୟତୀତ ଅନ୍ୟ ତିନି ଜଣଙ୍କୁ ତିନି ଚକିଆ ଯାନରେ ଅନୁମତି ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.