ETV Bharat / bharat

ଆମିଷ ଖାଦ୍ୟ ଡେଲିଭରି କରିବେନି ଜୋମାଟୋ-ସ୍ୱିଗି ! - ଆମିଷ ଖାଦ୍ୟ

ହରିଦ୍ବାରରେ ସ୍ୱିଗି ଓ ଜୋମାଟୋ ଆମିଷ ଖାଦ୍ୟ ଡେଲିଭରି କରିବା ନେଇ ଉଠିଲା ପ୍ରଶ୍ନ । ଉଭୟ କମ୍ପାନୀକୁ ନୋଟିସ ପଠାଇଛି ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ ।

ପ୍ରତିକାତ୍ମକ ଫଟୋ
author img

By

Published : Mar 17, 2019, 11:38 PM IST

ଡେରାଡୁନ: ଲୋକପ୍ରିୟ ଅନଲାଇନ ଫୁଡ ଆପ୍‌ ଜୋମାଟୋ ଓ ସ୍ୱିଗି ପାଇଁ ବଢିଲା ଅଡୁଆ । ହରିଦ୍ବାରରେ ଆମିଷ ଖାଦ୍ୟ ଅର୍ଡର ଡେଲିଭରିକୁ ନେଇ କମ୍ପାନୀକୁ ନୋଟିସ ପଠାଇଛି ସ୍ବାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ । ଫଳରେ ଆଗକୁ ହରିଦ୍ବାରରେ ଆମିଷ ଖାଦ୍ୟ ଡେଲିଭରିକୁ ନେଇ ସନ୍ଦେହ ଜାତ ହୋଇଛି ।

ହରିଦ୍ବାର ଧର୍ମକ୍ଷେତ୍ର ଭାବେ ଜଣାଶୁଣା । ଏଠାକାର ଅନେକ ଅଞ୍ଚଳରେ ଆମିଷ ଖାଦ୍ୟ ଭକ୍ଷଣ କିମ୍ବା ବିକ୍ରି ଉପରରେ ରୋକ୍ ଲଗାଯାଇଛି । ତେଣୁ ଏହି ପବିତ୍ର ଅଞ୍ଚଳରେ ଜୋମାଟୋ ଓ ସ୍ୱିଗି କମ୍ପାନୀ ଆମିଷ ଖାଦ୍ୟ ଡେଲିଭରୀ ଉପରେ ସ୍ଥାନୀୟ ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍ ଆପତ୍ତି ଉଠାଇବା ସହ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ପରେ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ କମ୍ପାନୀକୁ ଅଧିକାରୀ ମାନେ ପହଞ୍ଚି ଖାଦ୍ୟ ଡେଲିଭରିକୁ ନେଇ ଲାଇସେନ୍ସ ମାଗିଥିଲେ । କିନ୍ତୁ ଲାଇସେନ୍ସ ଦେବାରେ ଉଭୟ କମ୍ପାନୀ ବିଫଳ ହୋଇଛନ୍ତି । ସହରରେ ଆମିଷ ବିକ୍ରି ଉପରେ ନିଷେଧ ଥିବା ବେଳେ ଉଭୟ କମ୍ପାନୀ କିପରି ଆମିଷ ଖାଦ୍ୟ ଡେଲିଭରି କରୁଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ କମ୍ପାନୀ ପବିତ୍ର ସହରର କେବଳ ନିୟମ କାନୁନକୁ ଖିଲାପ କରିଛନ୍ତି ତାହା ନୁହେଁ, ଲୋକଙ୍କ ଭାବନାକୁ ମଧ୍ୟ କୁଠାରଘାତ କରିଛନ୍ତି । ହରିଦ୍ବାର ନଗର ନିଗମ ମୁତାବକ ସହର ସୀମାରେ ଆମିଷ ଖାଦ୍ୟ ବିକ୍ରି କରିବାକୁ ବ୍ୟାନ କରାଯାଇଛି ।

Intro:Body:

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କୁ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଷ୍ଟାରଙ୍କ ହୃଦୟରେ ରାଜ କରନ୍ତି । କାରଣ ସେ ନିଜ ବ୍ୟବହାର ଦ୍ବାରା ସମସ୍ତଙ୍କୁ ନିଜର କରିନିଅନ୍ତି ।  ରଣବୀର ନିଜର ଅଭିନୟ କ୍ଷମତା ଓ ଡ୍ରେସିଂ ସେନ୍ସକୁ ନେଇ ସମସ୍ତଙ୍କ ଧ୍ୟାନ ଆକୃଷ୍ଟ କରୁଥିବାବେଳେ ଏବେ ତାଙ୍କ ପ୍ରଶଂସାରେ ବଲିଉଡ ଦବଙ୍ଗ ସଲମାନ...

ରଣବୀରଙ୍କ ଫ୍ୟାନ ଫଲୋୟର୍ସ ଜବରଦସ୍ତ ଥିବାବେଳେ ଏବେ ସେହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ ଗଡଫାଦର ସଲମାନ ଖାନ । କାରଣ ସଲମାନଙ୍କ ପାଇଁ ଶାହରୁଖ, ଆମୀର ଓ ଅକ୍ଷୟଙ୍କ ଭଳି ରଣବୀରଙ୍କ ପାଖରେ ମଧ୍ୟ ସୁପରଷ୍ଟାର ଭଳି କ୍ଷମତା ରହିଛି । ନିକଟରେ ଏକ ସାକ୍ଷାତକାରରେ ସଲମାନ କହିଛନ୍ତି, ଯଦି ମୋତେ କେହି ଫିଲ୍ମରେ ନିଜକୁ ଲଞ୍ଚ କରିବାକୁ କୁହନ୍ତି, ତେବେ ମୁଁ ତାଙ୍କୁ ସେମିତି ସହଜରେ କାମ ଦିଏନାହିଁ । ଯେବେପର୍ଯ୍ୟନ୍ତ ତାଙ୍କ ମଧ୍ୟରେ ଥିବା କ୍ଷମତା ବିଷୟରେ ମୋତେ ଜଣାପଡିନଥାଏ ।

ସମସ୍ତେ ଶାହରୁଖ, ଆମୀର, ଅକ୍ଷୟ ଓ ରଣବୀର ନୁହଁନ୍ତି । ରଣବୀର ଓ ସଲମାନ ନିକଟରେ ଅମ୍ବାନୀଙ୍କ ବିବାହରେ ଏକାଠି ହୋଇଥିଲେ । ତେବେ ରଣବୀରଙ୍କ ପାଇଁ ସଲମାନଙ୍କ ଏହି ପ୍ରଶଂସା ବହୁତ ବଡ । ପ୍ରକାଶ ଥାଉକି, ରଣବୀର 2010ରେ ଫିଲ୍ମ 'ବ୍ୟାଣ୍ଡ ବାଜା ବାରାତ'ରୁ ଡେବ୍ୟୁ କରି ପରେ ରାମଲୀଲା, ବାଜିରାଓ ମସ୍ତାନୀ, ପଦ୍ମାବତ, ସିମ୍ବା ଭଳି ବ୍ଲକବଷ୍ଟର ହିଟ  କରି ଆଉ ପଛକୁ ଫେରି ଚାହିଁନାହାଁନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.