ଡେରାଡୁନ: ଶବ୍ଦ ପ୍ରଦୁଷଣକୁ ଦୃଷ୍ଟିରେ ରଖି ଗାଡ଼ିରେ ଲାଗିଥିବା ଲାଗିଥିବା ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଗୁଡ଼ିକୁ ହଟାଇବା ପାଇଁ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାରଙ୍କ ପରିବହନ ବିଭାଗର ଆୟୁକ୍ତ ଶୈଳେସ ବଗୌଲୀ ସୂଚନା ଦେଇଛନ୍ତି ।
ଏନେଇ ସେ କହିଛନ୍ତି ଯେ, ଉତ୍ତରାଖଣ୍ଡ ପରିବହନ ନିଗମର ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ଏହା ଜଣାଇଛନ୍ତି । ଏହାର ଉତ୍ତର ମଧ୍ୟ ଦେଇଛନ୍ତି ପରିବହନ ବିଭାଗ। ପ୍ରତିଉତ୍ତରରେ ବିଭାଗୀୟ ନିର୍ଦ୍ଦେଶକ ଜଣାଇଛନ୍ତି କି, ନିର୍ଦ୍ଦେଶ ମୁତାବକ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ଏହା ସହିତ ବସ ଗୁଡ଼ିକରେ ରିଫ୍ଲେକ୍ଟର, ହ୍ବାଇପର, ପଛ ଲାଇଟ ଆଦିକୁ ମଧ୍ୟ ସଠିକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଯେଉଁମାନେ ଏହାକୁ ମାନୁ ନାହାଁନ୍ତି, ଯାଞ୍ଚ କରାଯାଇ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।
ସୂଚନାଯୋଗ୍ୟ ଉତ୍ତରାଖଣ୍ଡର ଅନେକ ବସରେ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଲଗାଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ହର୍ଣ୍ଣ ଦ୍ବାରା ଶବ୍ଦ ପ୍ରଦୁଷଣ ବଢୁଥିବା ବେଳେ ଲୋକଙ୍କ ଅନେକ ସମସ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ସେହିଠାରେ ମୋଟର ଯାନ ଧାରା 1989 ଅନୁଯାୟୀ ନିୟମ 119କୁ ଉଲ୍ଲଂଘନ କରାଯାଉଥିବା ଜଣାପଡ଼ିଛି ।