ETV Bharat / bharat

କୋଭିଡ-19 ମୁକାବିଲା ପାଇଁ କୋରୋନା ଯୋଦ୍ଧାଙ୍କ ସହାୟତା

author img

By

Published : May 9, 2020, 1:03 AM IST

କୋଭିଡ-19 ମୁକାବିଲା ପାଇଁ ଏହି ଅର୍ଥ ଦେଇଛି ଉତ୍ତରାଖଣ୍ଡ ପୋଲିସ । ମୋଟ 3 କୋଟି 11 ଲକ୍ଷ 27 ହଜାର 14 ଟଙ୍କା ପ୍ରଦାନ କରିଛନ୍ତି ସମସ୍ତ ପୋଲିସ କର୍ମୀ । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲା ପାଇଁ କୋରୋନା ଯୋଦ୍ଧାଙ୍କ ସହାୟତା

ଡେରାଡୁନ: ନିଜେ ସବୁକିଛି ତ୍ୟାଗ କରି ଲୋକଙ୍କ ସେବାରେ ଲାଗିଛନ୍ତି କୋରୋନା ଯୋଦ୍ଧା । ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ରକ୍ଷା କରୁଛନ୍ତି । ଏହାସହ ଲୋକଙ୍କୁ ସାହାଯ୍ୟ ପାଇଁ ମଧ୍ୟ ସାହାଯ୍ୟ ପ୍ରଦାନ କରୁଛନ୍ତି ।

ଯେଉଁଠି ବିଭିନ୍ନ ସେଲିବ୍ରିଟି ଓ ଲୋକେ କୋରୋନା ଯୋଦ୍ଧାଙ୍କ ପାଇଁ ଫଣ୍ଡ ସଂଗ୍ରହ କରୁଛନ୍ତି ସେଠାରେ ନିଜେ କୋରୋନା ଯୋଦ୍ଧା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଉତ୍ତରାଖଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି ।

କୋଭିଡ-19 ମୁକାବିଲା ପାଇଁ ଏହି ଅର୍ଥ ଦେଇଛି ଉତ୍ତରାଖଣ୍ଡ ପୋଲିସ । ମୋଟ 3 କୋଟି 11 ଲକ୍ଷ 27 ହଜାର 14 ଟଙ୍କା ପ୍ରଦାନ କରିଛନ୍ତି ସମସ୍ତ ପୋଲିସ କର୍ମୀ । ଏଥିରେ ସବୁ ପୋଲିସ କର୍ମୀଙ୍କ ସମେତ ଉପରିସ୍ଥ ଅଧିକାରୀ ମଧ୍ୟ ସହାୟତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ଭେଟି ବରିଷ୍ଠ ପୋଲିସ ଅଧିକାରୀ ଏହି ସହାୟତା ଦେଇଥିଲେ । ଏଥିପାଇଁ ସମସ୍ତ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଉଛି ।

ଏହି ଅର୍ଥରେ ସବୁପ୍ରକାର ପ୍ରତିଷେଧକ ସାମଗ୍ରୀ ଯୋଗାଯିବ । ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୋଲିସ ସମସ୍ତଙ୍କ ପାଇଁ ପିପିଇ କିଟ୍ସ ମଧ୍ୟ କିଣାଯିବ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ସହାୟତା ପାଇଁ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.