ETV Bharat / bharat

ସ୍ବଚ୍ଛ ପରିବେଶ ଗଠନରେ କେୱାଲ କଲୋନୀର ନିଆରା ପ୍ରୟାସ - uttarakhand Kewal Vihar colony

ସ୍ବଚ୍ଛ ପରିବେଶ ଗଠନ ପାଇଁ ଡେରାଡୁନ କେୱାଲ କଲୋନୀବାସୀଙ୍କ ଅଭିନବ ପଦକ୍ଷେପ। ଆର୍ବଜନାକୁ ପୃଥୀକରଣ କରି ବିଭିନ୍ନ କାମରେ ଉପଯୋଗ କରାଯାଉଛି । ରାସ୍ତା ଓ ଇନ୍ଧନ ପ୍ରସ୍ତୁତିରେ ପ୍ଲାଷ୍ଟିକ ବର୍ଜ୍ୟକୁ କରାଯାଉଛି ବ୍ୟବହାର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

plastic
ସ୍ବଚ୍ଛ ପରିବେଶ ଗଠନରେ କେୱାଲ କଲୋନୀର ନିଆରା ପ୍ରୟାସ
author img

By

Published : Jan 6, 2020, 8:03 AM IST

ଡେରାଡୁନ: ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ସ୍ବଚ୍ଛ ପରିବେଶ ଗଠନ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଦେଶର କୋଣ ଅନୁକୋଣରୁ ଲୋକେ ପ୍ଲାଷ୍ଟିକ ବିରୋଧରେ ଲଢେଇ କରୁଛନ୍ତି। ସ୍ବଚ୍ଛ ଭାରତ ଗଠନ ପାଇଁ ସଭିଏଁ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡର ଡେରାଡୁନରେ ରହୁଥିବା ଏକ କଲୋନୀ ବାସିନ୍ଦା ସ୍ବଚ୍ଛ ପରିବେଶ ଗଠନ କରି ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ।

ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନକୁ ଆଗେଇ ନେଇଛନ୍ତି ଡେରାଡୁନର ରିମୋଟ୍ କଲୋନୀ ବାସିନ୍ଦା। ସ୍ବଚ୍ଛ କଲୋନି ଗଢିବା ପାଇଁ କେୱାଲ କଲୋନୀବାସୀ ଆପଣାଇଛନ୍ତି ଆବର୍ଜନା ପୃଥୀକରଣ ଉପାୟ। ଯାହା ସମାଜରେ ବେଶ୍ ପ୍ରଭାବ ପକାଇଛି। ସ୍ବଚ୍ଛ ପରିବେଶ ପାଇଁ ଆବର୍ଜନାକୁ ପୃଥକ୍ ପୃଥକ୍ ରଖିବାକୁ କଲୋନୀବାସୀଙ୍କୁ ଦିଆଯାଏ ପରାମର୍ଶ। ପରେ ସେହି ଶୁଖିଲା ଓ ଓଦା ଆବର୍ଜନାରୁ ପ୍ରସ୍ତୁତ କରାଯାଏ ଜୈବିକ ଖତ।

ସ୍ବଚ୍ଛ ପରିବେଶ ଗଠନରେ କେୱାଲ କଲୋନୀର ନିଆରା ପ୍ରୟାସ

ଅନ୍ୟପଟେ କଲୋନୀବାସୀ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ କରନ୍ତି ସଂଗ୍ରହ। ଏହାକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରନ୍ତି। ନଚେତ୍ ଇନ୍ଧନ ପ୍ରସ୍ତୁତ ପାଇଁ ଭାରତୀୟ ପ୍ରେଟ୍ରୋଲିୟମ ସଂସ୍ଥାକୁ ପଠାଇ ଦିଅନ୍ତି । ଏପରିକି ସ୍ବଚ୍ଛତା ପାଇଁ କଲୋନୀକୁ ମିଳିଛି ଡୁନ ସ୍ମାର୍ଟ ସିଟି ଆୱାର୍ଡ । କଲୋନୀବାସୀ କେବଳ ସ୍ବଚ୍ଛତା ରଖିବାକୁ ବାର୍ତ୍ତା ଦିଅନ୍ତି ତାହା ନୁହେଁ ପୁରୁଣା ବେଡସିଟରୁ ପ୍ରସ୍ତୁତ କରନ୍ତି କପଡା ବ୍ୟାଗ । ପାଖାପାଖି 15ଶହରୁ ଊର୍ଦ୍ଧ୍ବ ବ୍ୟାଗ ତିଆରି କରି ବିଭିନ୍ନ ଦୋକାନକୁ ଦେଇଥାନ୍ତି । ତାଙ୍କର ଏହି ମିଶନରେ ବହୁ ଲୋକ ସାମିଲ ମଧ୍ୟ ହୋଇଛନ୍ତି । ପ୍ଲାଷ୍ଟିକ ମୁକ୍ତ ଦେଶ ଗଠନ ପାଇଁ କେୱଲ କଲୋନୀବାସିନ୍ଦାଙ୍କ ଏଭଳି ପ୍ରୟାସ ନିହାତି ପ୍ରଶଂସନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.