ଡେହରାଡୁନ: ମହମାରୀ କୋରୋନାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ କ୍ୟାବିନେଟ ବିଧାୟକଙ୍କ ଦରମାର 30 ପ୍ରତିଶତ କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସ୍ୱତନ୍ତ୍ର ନିୟମ ଅନୁମୋଦନ କରିଛନ୍ତି ଉତ୍ତରାଖଣ୍ଡ ସରକାର । ତେବେ କୁହାଯାଉଛି ଯେ କୋଭିଡ-19 ବିରୋଧରେ ଲଢିବା ପାଇଁ ବିଜେପି ସାଂସଦମାନେ ରାଜ୍ୟ ସରକାରଙ୍କ ନିୟମକୁ ପାଳନ କରୁ ନାହାଁନ୍ତି ବୋଲି କଂଗ୍ରେସ ବିଜେପିକୁ ଆକ୍ଷେପ କରିବା ପରେ ଏହି ନିୟମ ଆଣାଯାଇଛି ।
ମହାମାରୀର ପରିଚାଳନା ପାଇଁ କଟାଯାଇଥିବା ରାଶି ବ୍ୟବହାର କରିବାକୁ ଏହି ଆର୍ଥିକ ବର୍ଷ ପାଇଁ ସମସ୍ତ ବିଧାୟକଙ୍କ 30% ଦରମା ହ୍ରାସ କରିବାକୁ ଏପ୍ରିଲରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ରାଜ୍ୟ ଗଭୀର ସଙ୍କଟର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।
ରାଜ୍ୟସଭା ବିଧାୟକ ପ୍ରେମଚନ୍ଦ୍ର ଅଗ୍ରୱାଲଙ୍କ ପରାମର୍ଶ ସତ୍ତ୍ୱେ କେବଳ କିଛି ବିଜେପି ନେତା ସରକାରଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଥିଲେ । ତେଣୁ ରାଜ୍ୟ ସରକାରଙ୍କୁ ଉତ୍ତରାଖଣ୍ଡ ରାଜ୍ୟ ବିଧାନସଭା (ମେମ୍ବର ଇମୋଲ୍ୟୁମେଣ୍ଟସ୍ ଏବଂ ପେନସନ୍) ଅର୍ଡିନାନ୍ସ ଆଣିବାକୁ କହିଥିଲେ । ଏହାପରେ ଶାସକ ବିଜେପି ସରକାରକୁ ବିରୋଧୀ କଂଗ୍ରେସ ଏହା କହିଥିଲା ଯେ ଦଳର ଅନେକ ବିଧାୟକ ସେମାନଙ୍କ ବେତନର 30 ପ୍ରତିଶତରୁ କମ୍ ଯୋଗଦାନ ଦେଉଛନ୍ତି ।
ଯଦି ଉତ୍ସ ଗୁଡିକ ବିଶ୍ୱାସ କରାଯାଏ, ତେବେ ବିଜେପି ବିଧାୟକମାନେ ସେମାନଙ୍କ ବେତନର 30% ରୁ କମ୍ ଯୋଗଦାନ ଦେଉଥିବା କଂଗ୍ରେସ ଅଭିଯୋଗ ପରେ ଏହି ନିୟମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକ ପରେ ସରକାରୀ ମୁଖପାତ୍ର ତଥା ରାଜ୍ୟ ସହରାଞ୍ଚଳ ବିକାଶ ମନ୍ତ୍ରୀ ମଦନ କୌଶିକ କହିଛନ୍ତି, ନେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଯେ ବିଧାୟକମାନେ କୋଭିଡ -19 ପାଣ୍ଠି ପାଇଁ କମ୍ ଅର୍ଥ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ଏହି ନିୟମ ପାରିତ ହୋଇଛି ଏବଂ ସମସ୍ତ ବିଧାନସଭା ସଦସ୍ୟମାନେ 2021 ମାର୍ଚ୍ଚ 31 ପର୍ଯ୍ୟନ୍ତ ସେମାନଙ୍କ ବେତନର ସମାନ ପରିମାଣ ।