ETV Bharat / bharat

ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କଂଗ୍ରେସ

author img

By

Published : Jun 27, 2020, 12:28 PM IST

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଆହ୍ବାନରେ ଚୀନ-ଭାରତ ହିଂସା ଘଟଣାରେ ପ୍ରାଣ ହରାଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଂଗ୍ରେସ ଶୁକ୍ରବାର ଦିନ ସାରା ଭାରତରେ 'ଶହୀଦ କୋ ସଲାମ ଦିବସ' ଅଭିଯାନ ଆୟୋଜନ କରିଛି । ଅଧିକ ପଢନ୍ତୁ...

ଲଦାଖ ସଂଘର୍ଷରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କଂଗ୍ରେସ

ନୂଆଦିଲ୍ଲୀ:କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଆହ୍ବାନରେ ଚୀନ-ଭାରତ ହିଂସା ଘଟଣାରେ ପ୍ରାଣ ହରାଇଥିବା ସାହସୀ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କଂଗ୍ରେସ 'ଶହୀଦ କୋ ସଲାମ ଦିବସ' ଅଭିଯାନ ଆୟୋଜନ କରିଛି । ଜୁନ୍ 15ରେ ଲଦାଖର ଗଲୱାନ୍ ଭ୍ୟାଲିରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁହାଁମୁହିଁରେ ଭାରତର 20ଜଣ ଯବାନ ସହିଦ ହୋଇଥିଲେ । ଏନେଇ ମହାରାଷ୍ଟ୍ରରେ କଂଗ୍ରେସ ସଭାପତି, ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ ଏବଂ ଦଳର ଅନ୍ୟ କର୍ମୀମାନେ ଭାରତୀୟ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚୀନ୍ ଭାରତୀୟ ଭୂମିରେ ପ୍ରବେଶ ଏବଂ ଦଖଲ କରିବାକୁ ଚେଷ୍ଟା କରୁଛି କିନ୍ତୁ କେନ୍ଦ୍ର ଏହାକୁ ଅସ୍ୱୀକାର କରୁଛି। ଦିନକୁ ଦିନ ଏହା ଖରାପ ହେବାରେ ଲାଗିଛି ବୋଲି ବାଲାସାହେବ ଥୋରାଟ କହିଛନ୍ତି ।

ଡେରାଡୁନରେ ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ପ୍ରୀତମ ସିଂ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ। ସିଂ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଥିବା ପରିସ୍ଥିତି ବିଷୟରେ କେନ୍ଦ୍ର ଦେଶକୁ ଅବଗତ କରାଇବା ଉଚିତ୍। ଏହି ସମୟରେ କର୍ଣ୍ଣାଟକରେ କେପିସିସି ସଭାପତି ଡି.କେ ଶିବକୁମାର, ସିଦ୍ଧରମୈୟାଙ୍କ ସମେତ କଂଗ୍ରେସ ନେତାମାନେ ଯୁଦ୍ଧ ସ୍ମାରକୀରେ ସୈନିକମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

କେରଳ ବିରୋଧୀ ଦଳର ନେତା ରମେଶ ଚେନ୍ନୀଥାଲା, କେପିସିସି ସଭାପତି ମୁଲ୍ଲାପାଲି ରାମଚନ୍ଦ୍ରନ୍ ଏବଂ ଏଆଇସିସି ସାଧାରଣ ସମ୍ପାଦକ ଓମେନ୍ ଚାଣ୍ଡି ଏହି ସାହସୀ ସୈନିକମାନଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ହରିୟାଣା ଏବଂ ପଞ୍ଜାବ ପରି ଅନ୍ୟ ରାଜ୍ୟରେ କଂଗ୍ରେସ ଦଳର ନେତାମାନେ ମଧ୍ୟ 'ଶହୀଦ କୋ ସଲାମ ଦିବସ'ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.