ଡେରାଡୁନ: ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ କୋରୋନା ସଂକ୍ରମିତ । କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜଙ୍କ କୋରୋନା ଭାଇରସ ପରୀକ୍ଷା ରିପୋର୍ଟ ପଜେଟିଭ ରହିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଉତ୍କଳ କୁମାର ସିଂ ରବିବାର ଏହି ସୂଚନା ଦେଇଛନ୍ତି ।
ଏହାସହ ତାଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ସମେତ 22 ଜଣ ମଧ୍ୟ ପଜିଟିଭ୍ ରହିଛନ୍ତି । ଏଥିରେ ତାଙ୍କ ଦୁଇ ପୁଅ ଓ ବୋହୂ ମଧ୍ୟ କୋରୋନା ସଂକ୍ରମିତ ରହିଥିବା ସୂଚନା ରହିଛି । ଏହାପୂର୍ବରୁ କ୍ୟାବିନେଟ ମନ୍ତ୍ରୀଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଅମୃତା ରାୱତଙ୍କ କୋରୋନା ରିପୋର୍ଟ ପଜେଟିଭ ରହିଥିଲା । ତାଙ୍କୁ ଚିକିତ୍ସା ଲାଗି ଋଷିକେଶ ଏମ୍ସରେରେ ଭର୍ତ୍ତି କରାଯାଇଥିଲା ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ଶ୍ରୀବାସ୍ତବ କହିଛନ୍ତି, "କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।