ETV Bharat / bharat

ଉତ୍ତରାଖଣ୍ଡ ମନ୍ତ୍ରୀ ବିଧାୟକଙ୍କ ହେବ 30% ଦରମା କାଟ, କମିବ ବିଧାୟକ ପାଣ୍ଠି

author img

By

Published : Apr 8, 2020, 3:30 PM IST

ମହାମାରୀ କୋରୋନା କେବଳ ସ୍ବାସ୍ଥ୍ୟ କ୍ଷେତ୍ରକୁ ନୁହେଁ ଏହା ଏବେ ଆମ ଅର୍ଥନୀତି ଉପରେ ପ୍ରଭାବ ପକାଇବ । ତେଣୁ କୋରୋନା ପରବର୍ତ୍ତି ଅର୍ଥନୈତିକ ସ୍ଥିତିକୁ ଦେଖି ଏଭଳି ପଦକ୍ଷେପ ଉଠାଇଛନ୍ତି ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ମନ୍ତ୍ରୀ ବିଧାୟକଙ୍କ 30 ପ୍ରତିଶତ ହେବ ଦରମା କାଟ;  କମିବ ବିଧାୟକ ପାଣ୍ଠି

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ମହାମାରୀ କୋରୋନାକୁ ପରାସ୍ତ କରିବାକୁରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କଠୋର ନିଷ୍ପତି ନେଉଛନ୍ତି । ପୂର୍ବରୁ ମେଡିକାଲ କ୍ଷେତ୍ରରେ ଅନେକ ବ୍ୟବସ୍ଥା କରିସାରିଥିବା ରାଜ୍ୟ ସରକାର ଆଜି ଆଉ ଏକ ବଡ ନିଷ୍ପତି ନେଇଛନ୍ତି ।

ମହାମାରୀ ମୁକାବିଲା ଓ ପରବର୍ତ୍ତୀ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଖର୍ଚ୍ଚ ଓ ଦରମା କାଟ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ 2 ବର୍ଷ ପାଇଁ ମନ୍ତ୍ରୀ ବିଧାୟକଙ୍କ ମୂଳ ଦରମାରୁ 30 ପ୍ରତିଶତ ହ୍ରାସ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ସେହିପରି ସମସ୍ତ ବିଧାୟକ ପାଣ୍ଠିରୁ ବାର୍ଷିକ 1 କୋଟି କମ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ମାରିଛନ୍ତି ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.