ETV Bharat / bharat

ପୁଣି ୟୁପିରେ ଦୁଷ୍କର୍ମ ! ବିଷ ପିଇ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Oct 1, 2020, 6:13 PM IST

ହାଥରସ ଗଣଦୁଷ୍କର୍ମ ଘଟଣାକୁ ଦୁଇ ଦିନ ବିତି ନଥିବା ବେଳେ ୟୁପିରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ୟୁପିର ବାଘପଟରେ ଜଣେ 17 ବର୍ଷୀୟା ଦୁଷ୍କର୍ମ ପିଡିତା ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ପୁଣି ୟୁପିରେ ଦୁଷ୍କର୍ମ, ବିଷ ପିଇ ପିଡିତାଙ୍କ ଆତ୍ମହତ୍ୟା ଉଦ୍ୟମ

ଲକ୍ଷ୍ନୌ: ପୁଣି ୟୁପିରେ ଦୁଷ୍କର୍ମ ଅଭିଯୋଗ । ହାଥରସ ଗଣଦୁଷ୍କର୍ମ ଘଟଣାକୁ ଦୁଇ ଦିନ ବିତି ନଥିବା ବେଳେ ୟୁପିରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ୟୁପିର ବାଘପଟରେ ଜଣେ 17 ବର୍ଷୀୟା ଦୁଷ୍କର୍ମ ପୀଡିତା ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ସୂଚନା ଅନୁଯାୟୀ, 17 ବର୍ଷୀୟା ଯୁବତୀ ଜଣଙ୍କ ପଡୋଶୀର ଜଣେ ଯୁବକ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଯୁବକ ଜଣଙ୍କ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ବାରମ୍ବାର ବ୍ଲାକମେଲ କରୁଥିଲେ ।

ଶେଷରେ ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଚେତାଶୂନ୍ୟ ହୋଇଥିଲେ । କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା । ଏହାପରେ ପିଡିତା ଯୁବତୀ ଜଣଙ୍କ ନିଜ ବାପାଙ୍କ ଆଗରେ ସମ୍ପୂର୍ଣ୍ଣ ଘଟଣା କହିଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପିଡିତାଙ୍କ ବାପା ଥାନାରେ ଏନେଇ ଏକ ଅଭିଯୋଗ କରିଥିଲେ । ତଦନ୍ତ କରି ପୋଲିସ ଅଭିଯୁକ୍ତ ନାଶିମକୁ ଗିରଫ କରି ମାମଲା ରୁଜୁ କରିଛନ୍ତି ।

ସେହିପରି ମଙ୍ଗଳବାର ୟୁପି ବଳରାମପୁରର ଗେସାରୀ ଗ୍ରାମରେ ଜଣେ 22 ବର୍ଷୀୟ ଦଳିତ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଯେତେବେଳେ ଝିଅଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲା ସେତେବେଳେ ପରିବାର ଲୋକେ ତାଙ୍କୁ ଅନେକ ଥର ଫୋନ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିଲା ନାହିଁ । ପରେ ଝିଅଟିକୁ ଚେତାଶୂନ୍ୟ ଅବସ୍ଥାରେ ରିକ୍ସାରେ ଘରେ ପହଞ୍ଚିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.