ETV Bharat / bharat

ସମ୍ପର୍କରେ କଳଙ୍କର ଛିଟା, ଝିଅକୁ 6 ମାସ ଧରି ଦୁଷ୍କର୍ମ କରୁଥିଲା ବାପା

author img

By

Published : Oct 19, 2020, 9:44 AM IST

ସମ୍ପର୍କରେ କଳଙ୍କର ଛିଟା ଲଗାଇଲା ବାପା । କାମନା ଲୋଭରେ ଭୁଲିଗଲା ହିତାହିତ ଜ୍ଞାନ । ଆଉ ନିଜ ଝିଅକୁ ଦୀର୍ଘ 6 ମାସ ଧରି ଦୁଷ୍କର୍ମ କରି ଆସୁଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ଦୁଲ୍ଲାପୁର ପୋଲିସ । ଅଧିକ ପଢନ୍ତୁ...

Uttar Pradesh man arrested for raping daughter over six months
ସମ୍ପର୍କରେ କଳଙ୍କର ଛିଟା, ନିଜ ଝିଅକୁ 6 ମାସ ଧରି ଦୁଷ୍କର୍ମ କରୁଥିଲା ବାପା

ଲକ୍ଷ୍ନୌ: ବାପା ବୁଝିଲାନି ବାପା-ଝିଅ ସମ୍ପର୍କର ପବିତ୍ରତା । କାମନା ଲୋଭରେ ଭୁଲିଗଲା ହିତାହିତ ଜ୍ଞାନ, ଆଉ ସମ୍ପର୍କରେ ଲଗେଇଦେଲା କଳଙ୍କର ଛିଟା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାରେ । ଦୀର୍ଘ 6 ମାସ ଧରି ନିଜ ଝିଅକୁ ଦୁଷ୍କର୍ମ କରି ଆସୁଥିଲା ବାପା । ନାବାଳିକାଙ୍କ ମା ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ଦୁଲ୍ଲାପୁର ପୋଲିସ ।

ମହିଳା ଜଣକ କହିଛନ୍ତି ଯେ, ସେ ପ୍ରଥମେ ଏହି ଅପରାଧ ବିଷୟରେ ଅବଗତ ନଥିଲେ । କିନ୍ତୁ ଯେତେବେଳେ ସେ ଏହି ବିଷୟରେ ଜାଣିବାକୁ ପାଇଲେ, ସେ ତାଙ୍କ ସ୍ବାମୀଙ୍କୁ ବୁଝାଇଥିଲେ । କିନ୍ତୁ ସେ ନିଜ ଭୁଲକୁ ସୁଧାରିବା ପରିବର୍ତ୍ତେ ଅପରାଧ ଜାରି ରଖିଥିଲେ । ଶେଷରେ ମହିଳା ଜଣଙ୍କ ବାଧ୍ୟ ହୋଇ ପୋଲିସ ଆଗରେ ଅଭିଯୋଗ କରିଥିଲେ । ତେବେ ପୋସ୍କୋ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ସେପଟେ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ପୀଡିତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି ବୋଲି ଗାଜୀପୁର ପୋଲିସ ଅଧୀକ୍ଷକ ଓମ ପ୍ରକାଶ ସିଂ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.