ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ପରିସରରେ ଏବେଠୁ ମିଳିବ ଅଧା ଗ୍ଲାସ ପାଣି । ବିଧାନସଭା ଅଧ୍ୟକ୍ଷ ହୃଦୟ ନାରାୟଣ ଦୀକ୍ଷିତଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଏହା ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଜଳ ସଂରକ୍ଷଣକୁ ନେଇ ଏହା ଏକ ନୂଆ ପଦକ୍ଷେପ ।
ବିଧାନସଭା ପରିସରରେ ପ୍ରଥମେ ଅଧା ଗ୍ଲାସ ପାଣି ଦିଆଯିବାକୁ ନିର୍ଦ୍ଦେଶ ଥିବା ବେଳେ ଆବଶ୍ୟକ ପଡିଲେ ଆଉ ଅଧିକ ଜଳ ଦିଆଯିବ । ପିଇବା ପାଇଁ ପୂର୍ଣ୍ଣ ଗ୍ଲାସର ପାଣିକୁ କେହି ଉପଯୋଗ କରୁନଥିବାରୁ ବିଧାନସଭା ପରିସର ଓ ସଚ୍ଚିବାଳାୟରେ ଅଧା ଗ୍ଲାସ ପାଣି ଦିଆଯାଉ ବୋଲି ବିଧାନସଭା ଅଧ୍ୟକ୍ଷ କହିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ଭଳି ଯଦି ଅନ୍ୟ ରାଜ୍ୟର ବିଧାନସଭାଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେଲେ ପାଣି ନଷ୍ଟ ହେବାରୁ ବଞ୍ଚାଯାଇ ପାରନ୍ତା ।