ETV Bharat / bharat

ପୁରୁଷ ଶରୀରରେ ମିଳିଲା ଗର୍ଭାଶୟ

ମୁମ୍ବାଇରେ ଜଣେ 29 ବର୍ଷିୟ ଯୁବକଙ୍କ ଶରୀରରେ ମହିଳାଙ୍କ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ ଓ ମହିଳାଙ୍କ ଯୌନାଙ୍ଗ ମିଳିଛି ।

ଫାଇଲ ଫଟୋ
author img

By

Published : Jul 12, 2019, 10:45 PM IST

Updated : Jul 13, 2019, 9:13 AM IST

ମୁମ୍ବାଇ: ଯୁବକଙ୍କ ଶରୀରରୁ ମିଳିଲା ମହିଳାଙ୍କ ଅଙ୍ଗ । ଜଣେ 29 ବର୍ଷିୟ ଯୁବକଙ୍କ ଶରୀରରେ ମହିଳାଙ୍କ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ ଓ ମହିଳାଙ୍କ ଯୌନାଙ୍ଗ ମିଳିଛି । ଯୁବକ ଜଣକ ବନ୍ଧ୍ୟାତ୍ବ ଚିକିତ୍ସା ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲ ଯାଇଥିଲେ । କିନ୍ତୁ ତାଙ୍କ ଶରୀରରେ ଏହି ସବୁ ପାଇଥିଲେ ଡାକ୍ତର ।

ତେବେ ହସ୍ପିଟାଲର ଡାକ୍ତର ସର୍ଜରୀ ମାଧ୍ୟମରେ ଯୁବକଙ୍କ ଶରୀରରୁ ଏହି ସବୁ ଅଙ୍ଗ ବାହାର କରିଦେଇଛନ୍ତି । ସର୍ଜରୀ ସଫଳ ହେବା ସହ ଯୁବକ ଜଣକ ଏବେ ସୁସ୍ଥ ଅଛନ୍ତି । ଯୁବକଙ୍କ ସର୍ଜରି ଜୁନ 26 ରେ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏଭଳି କେବଳ 80 ରୁ 100 ଟି ମାମଲା ସାମ୍ନାକୁ ଆସିଥିବା ହସ୍ପିଟାଲର ୟୁରୋଲୋଜି ବିଭାଗର ପ୍ରମୁଖ ଡକ୍ଟର ଭେଙ୍କେଟ ଗୀତେ କହିଛନ୍ତି । ଏହାକୁ ‘ପରସିଷ୍ଟେଣ୍ଟ ମୁଲେରିଆନ୍‌ ଡକ୍ଟ ସିଣ୍ଡ୍ରୋମ’ ବୋଲି କୁହାଯାଏ ।

ତେବେ ଗର୍ଭରେ ରହିବାର 7 ରୁ 8 ସପ୍ତାହରେ ଭ୍ରୁଣ ପୁରୁଷର ବି ହୋଇଥାଏ ଏବଂ ସ୍ତ୍ରୀ ର ବି । କୌଣସି ଏକ ଲିଙ୍ଗର ରୂପ ନେବାକୁ ଶରୀରରେ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଥାଏ । ପୁରୁଷ ହେବାପାଇଁ ଶରୀରରେ ସଠିକ୍‌ ମାତ୍ରାରେ ଆଣ୍ଟି ମୁଲେରିଆନ୍‌ ହର୍ମନ ରହିବା ଆବଶ୍ୟକ । ଏହି ହର୍ମନର ମାତ୍ରା କମ୍‌ ହେବା ଦ୍ବାରା ପୁରୁଷ ଶରୀରରେ ସ୍ତ୍ରୀର ଅଙ୍ଗ ବିକଶିତ ହୋଇଥାଏ । ତେବେ ଏହି ଯୁବକଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୋଇଥିବା ଡାକ୍ତର କହିଛନ୍ତି ।

Intro:Body:

BLANK  FOR STORY

Conclusion:
Last Updated : Jul 13, 2019, 9:13 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.