ETV Bharat / bharat

ସାଇବର କ୍ରାଇମରୁ ବଞ୍ଚନ୍ତୁ, ୟୁଏସବି କଣ୍ଡୋମ ବ୍ୟବହାର କରନ୍ତୁ - ସାଇବର କ୍ରାଇମରୁ ବଞ୍ଚନ୍ତୁ, ୟୁଏସବି କଣ୍ଡୋମ ବ୍ୟବହାର କରନ୍ତୁ

ଅଜଣା ସ୍ଥାନରେ ୟୁଏସବି ପୋର୍ଟରେ ମୋବାଇଲକୁ ଚାର୍ଜରେ ବସାଉଥିଲେ ସାବଧାନ । ଆପଣଙ୍କ ମୋବାଇଲରୁ ଚୋରି ହୋଇପାରେ ଡାଟା । ତେଣୁ ଏହାକୁ ଅଙ୍କୁଶ ଲଗାଇବା ପାଇଁ ବଜାରକୁ ଆସିଛି ୟୁଏସବି କଣ୍ଡୋମ । ଯାହାକୁ ବ୍ୟବହର କଲେ ଆପଣଙ୍କ ଡାଟା ରହିବ ସୁରକ୍ଷିତ ଏବଂ ମୋବାଇଲ ମଧ୍ୟ ନିର୍ଭୟରେ ଚାର୍ଚ୍ଚ ହେବ ।

Use USB Condom To Protect Your Devices
ସାଇବର କ୍ରାଇମରୁ ବଞ୍ଚନ୍ତୁ, ୟୁଏସବି କଣ୍ଡୋମ ବ୍ୟବହାର କରନ୍ତୁ
author img

By

Published : Dec 9, 2019, 1:21 PM IST

ହାଇଦ୍ରାବାଦ: ଆଜିକାଲି ଚଲା-ବୁଲା, ଶୋଇବା, ଖାଇବା, ଉଠିବା, ବସିବା ସବୁ ସମୟରେ ଲଗାତାର ମୋବାଇଲ ବ୍ୟବହାର କରୁଛନ୍ତି ଲୋକେ । ସତେ ଯେପରି ମୋବାଇଲ ଉପରେ ସମସ୍ତେ ନିର୍ଭର । ଆଜି ମୋବାଇଲ ଯୋଗୁଁ ଆମ ଜୀବନ ଚାଲିଛି କହିବା କୌଣସି ଭୁଲ ନୁହେଁ । ସେହିପରି ବ୍ୟାଟେରୀ ଯୋଗୁଁ ମୋବାଇଲ ଚାଲିଛି । ଯେତେବେଳେ ମୋବାଇଲ ଚାର୍ଜ ସରିଯାଏ, ସେତେବେଳେ ମନେ ହୁଏ ଜୀବନଟା ସମ୍ପୂର୍ଣ୍ଣ ଅଧୁରା । ଏବେ ଟିକେ ଭାବନ୍ତୁ ଆପଣ ଏୟାରପୋର୍ଟ କିମ୍ବା କୌଣସି ବାହାର ସ୍ଥାନକୁ ଯାଇଛନ୍ତି ଆଉ ଆପଣଙ୍କ ମୋବାଇଲର ଚାର୍ଚ୍ଚ ସରିଯାଇଛି । ସେହି ସ୍ଥାନରେ ହଠାତ ମୁଣ୍ଡରେ ଗୋଟିଏ କଥା ଆସିବ, କେଉଁଠୁ ଟିକେ ଚାର୍ଜ କରିବାକୁ ମିଳିଯାନ୍ତା । ସେହି ସମୟରେ ଆପଣଙ୍କ ସମାନରେ ୟୁଏସବି ପୋର୍ଟ ଥିବା ଏବଂ ଆପଣ ଖୁସି ହୋଇ ନିଜ ମୋବାଇଲଟିକୁ ଚାର୍ଜରେ ବସାଇଦେବେ ।

କିନ୍ତୁ ଜାଣନ୍ତି, ଏପରି କରିବା ସମ୍ପୂର୍ଣ୍ଣ ଭୁଲ । ଏହା ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ । କାରଣ ଆପଣଙ୍କ ମୋବାଇଲ ଡାଟା ସେହି ୟୁଏସବି ପୋର୍ଟ ମାଧ୍ୟମରେ ଚୋରି ହେବା ବହୁତ ସମ୍ଭାବନା ରହିଛି ।

ଏଭଳି ସମସ୍ୟାରୁ କିପରି ବଞ୍ଚିତ ହେବେ ?
ଏଥିରୁ ବଞ୍ଚିତ ହେବା ପାଇଁ ଏବେ ବଜାରକୁ ଆସିଛି ୟୁଏସବି ବ୍ଲକର୍ସ । ଯାହାକୁ ‘ୟୁଏସବି କଣ୍ଡୋମ’ କୁହାଯାଉଛି । ଆଜିର ତାରିଖରେ ସାଇବର ଅପରାଧ ବହୁତ ମାତ୍ରାରେ ବଢିଚାଲିଛି । ତାଙ୍କଠାରୁ ବଞ୍ଚିବା ପାଇଁ ମାର୍କେଟରେ ୟୁଏସବି କଣ୍ଡୋମକୁ ଲଞ୍ଚ କରାଯାଇଛି । ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତିମାନେ ମୋବାଇଲରେ ବିଭିନ୍ନ ପ୍ରକାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥାନ୍ତି। ଏହି ପୋର୍ଟ ମାଧ୍ୟମରେ ସାଇବର କ୍ରିମିନାଲମାନେ ଡାଟା ଚୋରି କରନ୍ତି । ତେଣୁ ଡାଟା ଚୋରି ଉପରେ ଅଙ୍କୁଶ ଲଗାଇବା ପାଇଁ ୟୁଏସବି କଣ୍ଡୋମ ଆସିଛି । ଏହା ଦେଖିବାକୁ ଛୋଟ ୟୁଏସବି ଆଡାପ୍ଟର ଭଳି । ଯାହାଦ୍ବାରା ଇନପୁଟ ଓ ଆଉଟପୁଟ କାର୍ଯ୍ୟ ହୋଇଥାଏ । ଏହି ଆଡାପ୍ଟର ମୋବାଇଲ ପାୱାର ସପ୍ଲାଏ କରିଥାଏ । ହେଲେ ଡାଟା ଅଦଳବଦଳ କରିବା ବନ୍ଦ କରିଦିଏ । ଏହି ୟୁଏସବି କଣ୍ଡୋମ ଭାରତ ବଜାରରେ ଉପଲବ୍ଧ ହେଉଛି । ଯାହାର ମୂଲ୍ୟ 500 ଟଙ୍କାରୁ 1000 ଟଙ୍କା ଭିତରେ । ଏବେ ଏହାକୁ ବ୍ୟବହାର କରି ଯେକୌଣସି ସ୍ଥାନରେ ମୋବାଇଲ ନିର୍ଭୟରେ ଚାର୍ଜ ବସାଇ ପାରିବେ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.