ETV Bharat / bharat

ଲକଡାଉନ ଟିପ୍ସ: ସାନିଟାଇଜରର କରନ୍ତୁ ସଠିକ ବ୍ୟବହାର

ପ୍ରଥମେ ହାତରେ ହ୍ୟାଣ୍ଡୱାସ୍ କିମ୍ବା ସାନିଟାଇଜର ନେଇ ପାପୁଲି ସହ ପାପୁଲିକୁ ଘଷନ୍ତୁ । ଏହାପରେ ପାପୁଲି ସହ ପାପୁଲିର ପଛ ଭାଗକୁ ସ୍ପର୍ଶ କରନ୍ତୁ ଓ ଘଷନ୍ତୁ । ଅଧିକ ପଢନ୍ତୁ...

author img

By

Published : Apr 11, 2020, 12:23 AM IST

ଲକଡାଉନ ଟିପ୍ସ: ସାନିଟାଇଜରର କରନ୍ତୁ ସଠିକ ବ୍ୟବହାର
ଲକଡାଉନ ଟିପ୍ସ: ସାନିଟାଇଜରର କରନ୍ତୁ ସଠିକ ବ୍ୟବହାର

ହାଇଦ୍ରାବାଦ: କୋଭିଡ-19 ଭୂତାଣୁକୁ ନେଇ ସାରା ବିଶ୍ବ ଆତଙ୍କିତ । ଭୂତାଣୁ ବ୍ୟାପିବା ଭୟରେ ଲୋକେ ଘରୁ ବାହାରୁନାହାନ୍ତି । ଏପରି ସମୟରେ ମାସ୍କ, ହ୍ୟାଣ୍ଡ ୱାସ ଓ ସାନିଟାଇଜର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ପାଲଟିଛି ।

ତେବେ ହ୍ୟାଣ୍ଡୱାସ୍‌ ଓ ସାନିଟାଇଜରର ବ୍ୟବହାର କରିବାରେ କିଛି ଉପାୟ ଅବଲମ୍ବନ କରିବା ଆବଶ୍ୟକ । ଅଧିକାଂଶ ଲୋକେ ସାନିଟାଇଜରର କିଛି ବୁନ୍ଦା ହାତରେ ପକାଇ ପାପୁଲିରେ ଘସି ଦେଇଥାନ୍ତି । ହେଲେ ଏହାଦ୍ବାରା ସମ୍ପୂର୍ଣ୍ଣ ଭାବେ ଜୀବାଣୁ ନଷ୍ଟ ହୋଇନଥାନ୍ତି । ଏଥିପାଇଁ କିଛି ସ୍ବତନ୍ତ୍ର ଉପାୟ ଆପଣାଇବା ଉଚିତ । ସଠିକ ଭାବେ ବ୍ୟବହାର ନକଲେ ଏହାର କୌଣସି ଉପକାର ମିଳିନଥାଏ ।

ପ୍ରଥମେ ହାତରେ ହ୍ୟାଣ୍ଡ ୱାସ୍ କିମ୍ବା ସାନିଟାଇଜର ନେଇ ପାପୁଲି ସହ ପାପୁଲିକୁ ଘଷନ୍ତୁ । ଏହାପରେ ପାପୁଲି ସହ ପାପୁଲିର ପଛ ଭାଗକୁ ସ୍ପର୍ଶ କରନ୍ତୁ ଓ ଘଷନ୍ତୁ । ପରେ ହାତ ପାପୁଲିର ଆଗ ଭାଗକୁ ଆଙ୍ଗୁଠିରେ ଆଙ୍ଗୁଠି ଲଗାଇ ଚାରିଆଡେ ସଫା କରନ୍ତୁ । ଏହାସହ ଆଙ୍ଗୁଠିରେ ଆଙ୍ଗୁଠିକୁ ଛନ୍ଦି ଦିଅନ୍ତୁ ଓ ସଫା କରନ୍ତୁ । ବୁଢା ଆଙ୍ଗୁଠି ଓ ନଖକୁ ସଫା କରନ୍ତୁ । ବିଶେଷ କରି ହାତକୁ 20 ସେକେଣ୍ଡ ଯାଏଁ ଧୁଅନ୍ତୁ । ତରବରିଆ ଭାବେ ହାତ ଧୁଅନ୍ତୁ ନାହିଁ । ମନେ ରଖନ୍ତୁ ଆଙ୍ଗୁଳି ସନ୍ଧି ସବୁଠୁ ଗୁରୁତ୍ବପୂର୍ଣ୍ଣ ଜାଗା । ଏହାକୁ ସବୁବେଳେ ପରିଷ୍କାର ରଖନ୍ତୁ ।

ଯଦି ଘରେ ଅଛନ୍ତି ଆଉ ସାନିଟାଇଜର ନାହିଁ ତେବେ ବାହାରକୁ ଯିବା ଦରକାର ନାହିଁ । ଘରେ ଥିବା ସାବୁନ କିମ୍ବା ହ୍ୟାଣ୍ଡ ୱାସର ବ୍ୟବହାର କରନ୍ତୁ । ହାତର କୋଣ ଅନୁକୋଣ ସଫା କରନ୍ତୁ । ସଚେତନ, ସତର୍କ ଓ ସଫା ରହିବା ଦ୍ବାରା ଏହି ମହାମାରୀକୁ ଦୂରେଇ ଦିଆଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.