ETV Bharat / bharat

ମୁମ୍ବାଇରେ ଲଗାଣ ବର୍ଷା, ପାଣିର ସଦୁପଯୋଗ କରିବାକୁ ଉଦ୍ଧବଙ୍କୁ ନୀତିନଙ୍କ ଚିଠି

author img

By

Published : Oct 15, 2020, 10:40 AM IST

ବନ୍ୟା ପାଣିରେ ଅସ୍ତବ୍ୟସ୍ତ ହୋଇପଡୁଥିବା ମୁମ୍ବାଇ ସହରକୁ ଉଦ୍ଧାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପାଣିର ସଦୁପଯୋଗ କରିବାକୁ ଚିଠିରେ ଉଲ୍ଲେଖ ।

ବନ୍ୟା ପାଣିର ସଦୁପଯୋଗ କରିବାକୁ ଉଦ୍ଧବଙ୍କୁ ନୀତିନଙ୍କ ଚିଠି

ନୂଆଦିଲ୍ଲୀ: ବର୍ଷା ଜନିତ ବନ୍ୟା ପାଣିର ସଦୁପଯୋଗ କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଲଗାଣ ବର୍ଷାରେ ମୁମ୍ବାଇରେ ଜମୁଥିବା ପାଣିକୁ ନେଇ ଜଳସେଚନ, ସହର ଚାରିପଟେ ଥିବେ କଳକାରଖାନା, ଚାଷ ଆଦି ପାଇଁ ବ୍ୟବହାର ଉପଯୋଗୀ କରିବାକୁ କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ବିଶେଷ କରି ନାଶିକ ଓ ଅହମଦନଗର ଭଳି ସହରରେ ଏହି ଜଳର ସଦୁପଯୋଗ କରିବାକୁ ସେ କହିଛନ୍ତି । ଏହି ଚିଠି ମଧ୍ୟ ସେ ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର, ମନ୍ତ୍ରୀ ବାଲାସାହେବ ଥୋରାଟ, ଅଶୋକ ଚୌହାନ ଓ ଜୟନ୍ତ ପାଟିଲଙ୍କୁ ଲେଖିଛନ୍ତି । ଆମେ ମାନେ ପ୍ରତିବର୍ଷ ମୁମ୍ବାଇ ସହରରେ ବନ୍ୟା କାରଣରୁ କ୍ଷତି ସହୁଛେ । ଧନଜୀବନ କ୍ଷୟକ୍ଷତି ହେଉଛି । ବନ୍ୟା ସହରକୁ ପୂରାପୂରି ବିପର୍ଯ୍ୟସ୍ତ କରିଦେଉଛି । ତେଣୁ ମୁଁ ଭାବୁଛି ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ବର୍ଷାଜଳ ସମୁଦ୍ର ପତ୍ତନ ସହିତ ସମାନ ହୋଇଯାଉଛି । ଫଳରେ ଫେରୁଥିବା ଜଳ ଅଧିକ ଜଟିଳ ସମସ୍ୟା ସୃଷ୍ଟି କରୁଛି । ଯାହା ପାଇଁ ସଙ୍ଗଠିତ ଯୋଜନା ଆବଶ୍ୟକ । ବନ୍ୟାଜଳ, ଡ୍ରେନେଜ୍‌ ଓ ସ୍ବେରେଜର ଗତିକୁ ପରିବର୍ତ୍ତନ କରି ଥାଣେ ଆଡକୁ ଅଣାଯାଇ ଏକ ଡ୍ୟାମ ସହାୟତାରେ ରଖାଯାଇ ସେଥିରେ ଚାଷ କାମ, କଳକାରଖାନାକୁ ଜଳ ଆଦି ଯୋଗାଇଦେବାକୁ ଯୋଜନା ଆବଶ୍ୟକ ବୋଲି ସେ ଚିଠିରେ ଲେଖିଛନ୍ତି।

ଏହାସହ ଅତ୍ୟଧିକ ଜଳକୁ ମରୁଡି ଅଞ୍ଚଳରେ ମଧ୍ୟ ବ୍ୟବହାର କରି ହୁଅନ୍ତା ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ସେହିପରି ମିଠି ନଦୀରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଏହା ଉପରେ ଏକ ଡ୍ୟାମ ନିର୍ମାଣ କରିବାକୁ ମଧ୍ୟ ଗଡକରୀ ପ୍ରସ୍ତାବ ଦେଇଛନ୍ତି ।

ଅନ୍ୟପଟେ ବନ୍ୟା ଫଳରେ ଅନେକ ରାସ୍ତା ଧସି ଯିବା ସହ ଧୋଇହୋଇ ଯାଉଛି । ଯାହା ଫଳରେ ଅନେକ କ୍ଷତି ହେଉଛି । ତେଣୁ ଏସବୁ ଅଞ୍ଚଳରେ କଂକ୍ରିଟ୍‌ ରାସ୍ତା ତିଆରି କରିବାକୁ ମଧ୍ୟ ସେ ଚିଠିରେ କହିଛନ୍ତି । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେର ଉଦାହରଣ ଦେଇ ବନ୍ୟାଞ୍ଚଳରେ କଂକ୍ରିଟ୍‌ ରାସ୍ତା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ସେହିପରି ବନ୍ୟାଜଳକୁ ପୁନଃବ୍ୟବହାର ଯୋଗ୍ୟ କରି ଶୁଦ୍ଧ ପାଣି ପାଉନଥିବା ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.