ETV Bharat / bharat

ଭାରତରେ ବୃଦ୍ଧି ପାଇଛି ଧାର୍ମିକ ଉତ୍ପୀଡନା ମାମଲା !

author img

By

Published : Feb 20, 2020, 2:27 PM IST

ଭାରତରେ ଧାର୍ମିକ ଉତ୍ପିଡନାର ମାମଲା ବୃଦ୍ଧି ହେଉଥିବା ଆମେରିକା ଏଜେନ୍ସିର ଏକ ରିପୋର୍ଟରେ ଦର୍ଶାଯାଇଛି । ଏହା ସହିତ ରିପୋର୍ଟରେ ନାଗରିକ ସଂଶୋଧନ ଆଉନ୍‌କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଅଧିକ ପଢନ୍ତୁ...

donald-trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଆମେରିକା ଏଜେନ୍ସିର ଏକ ରିପୋର୍ଟ ଭାରତ ସରକାରଙ୍କ ଚିନ୍ତା ବଢାଇଛି । ଭାରତରେ ଧାର୍ମିକ ଉତ୍ପୀଡନାର ମାମଲା ବୃଦ୍ଧି ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହା ସହିତ ରିପୋର୍ଟରେ ନାଗରିକ ସଂଶୋଧନ ଆଉନ୍‌କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବାଧୀନତା ସମ୍ବନ୍ଧୀୟ ଆମେରିକା ଆୟୋଗ(USCIRF) ଦ୍ବାରା ଜାରି ରିପୋର୍ଟରେ ଭାରତକୁ 'ଟିଅର-2' ଶ୍ରେଣୀରେ ରଖାଯାଇଛି । ଏହି ଶ୍ରେଣୀକୁ 'ବିଶେଷ ଚିନ୍ତାର ଦେଶ' ଭାବରେ ବିବେଚିତ କରାଯାଏ ।

donald-trump
USCIRF

USCIRF ର ଏହି ରିପୋର୍ଟରେ ଦାବି କରାଯାଇଛି ଯେ, '2018 ପରଠାରୁ ଭାରତରେ ଧାର୍ମିକ ଉତ୍ପୀଡନାର ମାମଲା ବୃଦ୍ଧି ହୋଇଛି । କିଛି ରାଜ୍ୟରେ ଧାର୍ମିକ ସ୍ବାଧୀନତାର ପରିସ୍ଥିତି ବିଗୁଡୁଥିବା ଦେଖାଦେଇଛି । କିନ୍ତୁ ସରକାର ଏହାକୁ ରୋକିବା ଦିଗରେ କୌଣସି ପଦକ୍ଷେପ ଉଠାଉନାହାନ୍ତି ।' ରିପୋର୍ଟରେ ଉଲ୍ଲଖେ ରହିଛି ଯେ, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନ ବନ୍ଦ କରିବା ଦିଗରେ କୌଣସି ମନ୍ତବ୍ୟ ଦେଉନାହାନ୍ତି । ତାଙ୍କ ଦଳର ସଦସ୍ୟଙ୍କର ହିନ୍ଦୁ ଚରମପନ୍ଥୀ ସଂଗଠନ ସହ ସମ୍ପର୍କ ରହିଛି । ଏହି ନେତାମାନେ ଉତ୍ତେଜନାମୂଳକ ଭାଷଣର ବ୍ୟବହାର କରିଛନ୍ତି ।'

ତେବେ ଏହି ରିପୋର୍ଟ ଜରିଆରେ ଆମେରିକା ସରକାର ଭାରତ ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଉତ୍ତେଜନାମୂଳକ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ମଜବୁତ କରିବା ଏବଂ ପୂଜା ସ୍ଥଳର ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ରିପୋର୍ଟ ଜରିଆରେ ଭାରତ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ତେବେ ରିପୋର୍ଟରେ କେତେକ ଘଟଣା ଉପରେ ଆଲୋକପାତ କରିବା ସହ ନାଗରିକତା ସଂଶୋଧନ ଆଇନ୍‌ ଉପରେ ଚିନ୍ତା ବ୍ୟକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, USCIRF ଏକ ଆମେରିକା ଏଜେନ୍ସି ଅଟେ । ଏହା ବିଶ୍ବରେ ଘଟୁଥିବା ଧାର୍ମିକ ଉତ୍ପୀଡନ ମାମଲା ଉପରେ ରିପୋର୍ଟ ପ୍ରସ୍ତୁତ କରେ । ଏହି ଏଜେନ୍ସି ପ୍ରସ୍ତୁତ ରିପୋର୍ଟକୁ ସିଧାସଳଖ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକା ସଂସଦକୁ ହସ୍ତାନ୍ତର କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.