ETV Bharat / bharat

ଟ୍ରମ୍ପଙ୍କ ମୁହଁରୁ ପାକିସ୍ତାନର ପ୍ରଶଂସା !

author img

By

Published : Feb 24, 2020, 3:17 PM IST

ବହୁ ପ୍ରତିକ୍ଷିତ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଆତଙ୍କବାଦ ଏବଂ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...

usa-president-donald trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଅହମ୍ମଦାବାଦ: ବହୁ ପ୍ରତିକ୍ଷିତ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ଆତଙ୍କବାଦ ଏବଂ ପାକିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଏବଂ ଆମେରିକା ଇସଲାମିକ ଆତଙ୍କବାଦର ଶିକାର ହୋଇଛି । ଯାହା ବିରୋଧରେ ଉଭୟ ଦେଶ ଲଢେଇ ଜାରି ରଖିଛନ୍ତି । ଆମେରିକା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଇଏସଆଇଏସକୁ ଶେଷ କରିଛି ଏବଂ ବାଗଦାଦୀକୁ ନିହତ କରିଛି ବୋଲି ଭାରତବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଟ୍ରମ୍ପ ।

କାର୍ଯ୍ୟକ୍ରମରେ ପାକିସ୍ତାନ ପ୍ରସଙ୍ଗ ଉଠାଇ ଟ୍ରମ୍ପ କହିଛନ୍ତି, ଆମେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ । ଏଥିପାଇଁ ଆମେ ପାକିସ୍ତାନ ଉପରେ ମଧ୍ୟ ଚାପ ପକାଉଛୁ । ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ନିଜକୁ ସୁରକ୍ଷା ଦେବାର ଅଧିକାର ସମସ୍ତ ଦେଶ ପାଖରେ ଅଛି । ଭାରତ ଏବଂ ଆମେରିକା ଆତଙ୍କବାଦ ବିଚାରଧାରା ରୋକିବା ଏବଂ ଆତଙ୍କବାଦ ବିରୋଧରେ ଲଢିବା ଦିଗରେ ମିଳିତ ଭାବରେ କାର୍ଯ୍ୟକରିବାକୁ ପ୍ରତିଶୃତିବଦ୍ଧ । କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ମୁଁ ପାକିସ୍ତାନ ସୀମାରେ ସଂଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ଉପରେ ଚାପ ପକାଉଛି । ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିବା ଟ୍ରମ୍ପ କହିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ମୁହଁରୁ ପାକିସ୍ତାନର ପ୍ରଶଂସା ମଧ୍ୟ ଶୁଣିବାକୁ ମିଳିଛି । ପାକିସ୍ତାନ ପ୍ରଶଂସାରେ ଟ୍ରମ୍ପ କହିଛନ୍ତି, ପାକିସ୍ତାନ ସହ ଆମେରିକାର ସମ୍ପର୍କ ଖୁବ ଭଲ । ଆମେ ପ୍ରଗତିର ସଙ୍କେତ ଦେଖିପାରୁଛୁ । ଦକ୍ଷିଣ ଏସିଆର ସମସ୍ତ ଦେଶ ମଧ୍ୟରେ ତିକ୍ତତା କମ୍‌ କରିବା ପାଇଁ, ସ୍ଥିରତା ଆଣିବା ପାଇଁ ଏବଂ ସଦ୍ଭାବ ଭବିଷ୍ୟତ ପାଇଁ ଆମେ ଆଶାନ୍ବିତ ବୋଲି ଟ୍ରମ୍ପ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.