ETV Bharat / bharat

ଆମେରିକା-ଇରାନ ବିବାଦ: କମିଲା ବାସୁମତି ଚାଉଳ ଦର

author img

By

Published : Jan 9, 2020, 11:26 AM IST

ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନଙ୍କ ନିହତ ପରେ ବିବାଦରେ ଆମେରିକା-ଇରାନ ସମ୍ପର୍କ । ଯାହାକୁ ନେଇ ଏବେ ଚିନ୍ତାରେ ଭାରତୀୟ ଚାଉଳ ରପ୍ତାନକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Basumati rice price decreased
ଆମେରିକା-ଇରାନ ବିବାଦ: କମିଲା ବାସୁମତି ଚାଉଳର ଦର

ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ନେଇ ଚିନ୍ତାରେ ଭାରତୀୟ ଚାଉଳ ରପ୍ତାନକାରୀ । ଭାରତର ଏକ ବଡ ପରିମାଣର ଚାଉଳ ଇରାନକୁ ରପ୍ତାନୀ କରାଯାଉଥିଲା । ଗତ ସପ୍ତାହରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ତାଙ୍କର ମୃତ୍ୟୁ ଘଟିଛି । ଯଦ୍ବାରା ଉଭୟ ଦେଶର ସମ୍ପର୍କ ଏବେ ଖରାପ ସ୍ଥିତିରେ ପହଞ୍ଚିଛି ।

ଉକ୍ତ ଘଟଣା ପରେ ଭାରତୀୟ ଚାଉଳ ରପ୍ତାନକାରୀ ଇରାନକୁ ଚାଉଳ ରପ୍ତାନୀ କରିବା ବନ୍ଦ କରି ଦେଇଛନ୍ତି । ଇରାନ ଯିବାକୁ ଥିବା ଶତାଧିକ କଣ୍ଟେନରକୁ ଗୁଜରାଟର ମୁଦ୍ରା ବନ୍ଦରରେ ଅଟକ ରଖାଯାଇଛି । ଅଟକ କଣ୍ଟେନରରେ ଥିବା ଚାଉଳ ଚଳିତ ବର୍ଷର ପ୍ରଥମ ଉତ୍ପାଦିତ ଚାଉଳ । ଯେପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନଆସିଛି, ସେ ପର୍ଯ୍ୟନ୍ତ ଚାଉଳ ରପ୍ତାନୀ ବନ୍ଦ ରହିବ । ଭାରତ 32,800 କୋଟି ଟଙ୍କାର ବାସୁମତି ଚାଉଳ ରପ୍ତାନୀ କରିଥାଏ । ଯେଉଁଥିରୁ ଇରାନ ଏକୁଟିଆ 10,800 କୋଟି ଟଙ୍କାର ଚାଉଳ ମଗାଇଥାଏ ।

ବର୍ତ୍ତମାନ ଇରାନ କରେନ୍ସିକୁ ମୁଦ୍ଦା କରି ଚାଉଳ ପାଇଁ ପଇସା ଦେବା ବନ୍ଦ କରିଦେଇଛି । ଫଳରେ ଏବେ ସୁଦ୍ଧା ରପ୍ତାନୀ କରାଯାଇଥିବା ଚାଉଳର 80 ପ୍ରତିଶତ ମିଳିଥିବାବେଳେ 20 ପ୍ରତିଶତ ପଇସା ବାକି ରହିଛି । ଯାହା ଭାରତୀୟ ମୁଦ୍ରା ହିସାବରେ 500 କୋଟି ଟଙ୍କା ହେବ । ତଥାପି ଚଳିତ ବର୍ଷ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଇରାନକୁ ଚାଉଳ ରପ୍ତାନୀ କରାଯାଇଥିବା ଜଣେ ଚାଉଳ ରପ୍ତାନକାରୀ ପ୍ରତିକ୍ରିୟା କହିଛନ୍ତି ।

ମାତ୍ର ଏବେ ଇରାନ ଓ ଆମେରିକାର ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାର ପ୍ରଭାବ ଚାଉଳ ବିକ୍ରି ଉପରେ ପଡିବ । ବାସୁମତି ଚାଉଳର 'ପୁଷ 1121'ର ଦର 2 ଦୁଇ ଦିନରେ କମିଯାଇ କ୍ବିଣ୍ଟାଲ ପ୍ରତି 150 ହୋଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ 'ପୁଷ 1121'ର କ୍ବିଣ୍ଟାଲ ପ୍ରତି ଦର 5500ରୁ ହ୍ରାସ ପାଇ 5200ରେ ପହଞ୍ଚିଛି । ଯଦି ଖୁବ ଶୀଘ୍ର ଆମେରିକା ଓ ଇରାନ ଭିତରେ ଥିବା ତିକ୍ତତାର ସମାପ୍ତି ନଘଟେ ତେବେ ଏହାର ଗଭୀର ପ୍ରଭାବ ଭାରତୀୟ କୃଷି ଓ ଏହାର ରପ୍ତାନୀକାରୀଙ୍କ ଉପରେ ପଡିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.