ETV Bharat / bharat

କୋରୋନା ସାମ୍ନାରେ ଅସହାୟ ଆମେରିକା, 24 ଘଣ୍ଟାରେ 1169 ମୃତ - କୋରୋନା ଭାଇରସ

ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 5 ହଜାର ଟପିଗଲାଣି। ତେବେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1169 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ଖବର ପଢନ୍ତୁ...

covid 19
କୋରୋନା ସାମ୍ନାରେ ଅସହାୟ ଆମେରିକା, 24 ଘଣ୍ଟାରେ 1169 ମୃତ
author img

By

Published : Apr 3, 2020, 11:09 AM IST

ୱାଶିଂଟନ: ଅଣାୟତ ସ୍ଥିତିରେ ଆମେରିକା। କୋରୋନା ଭାଇରସର କାୟାରେ ଥିବା ଏହି ଦେଶରେ ପ୍ରତ୍ୟେକ ଦିନ ହଜାର ହଜାର ମୁଣ୍ଡ ଗଡିବାରେ ଲାଗିଛି। ତେବେ ଗୁରୁବାର ଗୋଟିଏ ଦିନରେ ଦେଶରେ 1169 ଜଣଙ୍କ ମୃତ୍ୟୁ ହୋଇଥିବା ଜନ୍ସ ହପକିନସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 5 ହଜାର ଟପିଗଲାଣି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷରୁ ଉର୍ଦ୍ଧ୍ବ ରହିଛି। ତେବେ କୋରୋନାର କୋପ ଆମେରିକାର ନ୍ୟୁୟର୍କ ସହରରେ ଅଧିକ ରହିଥିବା ଜେଏଚୟୁ କହିଛି।

ଏଥି ସହିତ, ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କୁଏମୋ ଆମେରିକାର ଅନ୍ୟ ରାଜ୍ୟପାଳମାନଙ୍କୁ କୋରୋନା ମହାମାରୀର ମୁକାବିଲା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏଥି ସହିତ, କୁଏମୋ ଚେତାବନୀ ଦେଇଛି ଯେ ଆଗାମୀ ଦିନରେ ନ୍ୟୁୟର୍କ ସାଙ୍ଘାତିକ ପରିସ୍ଥିତିର ସମ୍ମୁଖୀନ ହୋଇପାରେ। ଯେଉଁଠାରେ 16,000 ଲୋକ ଏହି ସଂକ୍ରମଣରେ ପ୍ରାଣ ହରାଇପାରନ୍ତି।

ସାରା ବିଶ୍ୱରେ କୋରୋନା ଭାଇରସ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଏହାସହ 51 ହଜାରରୁ ଅଧିକ ଲୋକ ଏବେ ସୁଦ୍ଧା ପ୍ରାଣ ହରାଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ପ୍ରକାଶିତ ସରକାରୀ ତଥ୍ୟ ଉପରେ ଆଧାର କରି ବିଶ୍ବର 199 ଟି ଦେଶରେ ଅତି କମରେ 10,00,036 ଟି କୋରୋନା ଜୀବାଣୁ ସଂକ୍ରମିତ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.