ETV Bharat / bharat

ଟ୍ରମ୍ପଙ୍କ ଭାରତ ଗସ୍ତ: ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସର ସ୍ବତନ୍ତ୍ର ବ୍ୟବସ୍ଥା - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଚଳିତ ମାସ 24 ଏବଂ 25 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ଭାରତ ଗସ୍ତର ମାସକ ପୂର୍ବରୁ ଆମେରିକୀୟ ତଦନ୍ତ ଏଜେନ୍ସି ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସ ଭାରତ ଆସି ଟ୍ରମ୍ପଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।

trump's india visit
ଟ୍ରମ୍ପଙ୍କ ଭାରତ ଗସ୍ତ
author img

By

Published : Feb 21, 2020, 10:07 AM IST

ନୂଆଦିଲ୍ଲୀ: ଚଳିତ ମାସ 24 ଏବଂ 25 ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସିବେ । ଭାରତରେ ଟ୍ରମ୍ପଙ୍କ ଭବ୍ୟ ସ୍ବାଗତ ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଥିବା ବେଳେ ତାଙ୍କ ସୁରକ୍ଷାକୁ ନେଇ ପ୍ରସ୍ତୁତି ଚୂଡାନ୍ତ କରିଛି ଆମେରିକା । ଟ୍ରମ୍ପଙ୍କ ଭାରତ ଗସ୍ତର ମାସକ ପୂର୍ବରୁ ଆମେରିକୀୟ ତଦନ୍ତ ଏଜେନ୍ସି ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସ ଭାରତ ଆସି ଟ୍ରମ୍ପଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।

ଟ୍ରମ୍ପଙ୍କ ଭାରତ ଗସ୍ତ

1865 ମସିହାରେ ସ୍ଥାପିତ ୟୁନାଇଟେଡ ଷ୍ଟେଟସ୍‌ ସିକ୍ରେଟ ସର୍ଭିସ ବିଶ୍ବର ସର୍ବପୁରାତନ ଆମେରିକୀୟ ତଦନ୍ତ ଏଜେନ୍ସି ମଧ୍ୟରୁ ଅନ୍ୟତମ । ଦୀର୍ଘ 100 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଏଜେନ୍ସି ଆମେରିକାର ରାଷ୍ଟ୍ରପତିଙ୍କ 24 ଘଣ୍ଟିଆ ସୁରକ୍ଷାରେ ନିୟୋଜିତ ରହିଛି । ଏହି ଏଜେନ୍ସି ନିକଟରେ ପ୍ରାୟ 3,200 ସ୍ବତନ୍ତ୍ର ଏଜେଣ୍ଟ ଏବଂ 1300 ୟୁନିଫର୍ମ ପିନ୍ଧା ଅଧିକାରୀ ରହିଛନ୍ତି । ଏହି ଅଧିକାରୀମାନେ ୱାଶିଂଟନର ହ୍ବାଇଟ ହାଉସ, ଟ୍ରେଜେରୀ ଭବନ ଏବଂ ବୈଦେଶିକ ରାଷ୍ଟ୍ରଦୂତଙ୍କ ମିଶନକୁ ସୁରକ୍ଷା ପ୍ରଦାନ କରନ୍ତି ।

ଏହାର ଏକ ଶାଖା ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦିଅନ୍ତି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଏହି ସୁରକ୍ଷା ଏଜେନ୍ସି ଅନେକ ଅଧିକାରୀଙ୍କୁ ଭାରତ ପଠାଇଛି । ଟ୍ରମ୍ପ ଭାରତର ଯେଉଁସବୁ ସହର ବୁଲିବେ ସେହି ସହର ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି ଏହି ଅଧିକାରୀ । ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ସିକ୍ରେଟ ସର୍ଭିସ ଏଜେଣ୍ଟ ମାସେ ପୂର୍ବରୁ ଆସି ପ୍ରସ୍ତୁତି ଚୁଡାନ୍ତ କରିଛି । ଏୟାରସ୍ପେସ ଖାଲି କରିବାଠାରୁ ଆରମ୍ଭ କରି ଟ୍ରମ୍ପଙ୍କ ସଡକପଥର ନକ୍ସା ପ୍ରସ୍ତୁତ କରିବା, ହସ୍ପିଟାଲ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନ ଚିହ୍ନଟ କରିବା ଆଦି ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଛି ଏଜେନ୍ସି ।

ତେବେ ରାଷ୍ଟ୍ରପତିଙ୍କ ଯାତ୍ର ସମୟରେ ତାଙ୍କ ବିମାନ ଆଖପାଖ ଦେଇ କୌଣସି ଅନ୍ୟ ବିମାନ ଉଡିବ ନାହିଁ ସେନେଇ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ରଖିଛି ଏହି ଏଜେନ୍ସି । ଏହା ସହିତ ରାଷ୍ଟ୍ରପତିଙ୍କ ସଡକ ଯାତ୍ରା ସମୟରେ ପ୍ରାୟ 20ଟି ଗାଡି ତାଙ୍କ ଆଗପଛରେ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.