ETV Bharat / bharat

ସାବରମତୀ ଆଶ୍ରମ ଯିବେ ଟ୍ରମ୍ପ, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Feb 24, 2020, 9:47 AM IST

ଅହମ୍ମଦାବାଦରେ ପହଞ୍ଚିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ସାବରମତୀ ଆଶ୍ରମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

US-President-Donald-Trump
ସାବରମତୀ ଆଶ୍ରମ

ଅହମ୍ମଦାବାଦ: ଅହମ୍ମଦାବାଦରେ ପହଞ୍ଚିବା ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଠାରେ ଟ୍ରମ୍ପ, ପତ୍ନୀ ଓ ଝିଅ-ଜ୍ବାଇଁ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ । ତେବେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ସାବରମତୀ ଆଶ୍ରମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

US-President-Donald-Trump
ସାବରମତୀ ଆଶ୍ରମ

ସ୍ନିଫର ଡଗ ଟିମ୍‌ ଆଶ୍ରମ ବାହାରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ପ୍ରାୟ 50 ଜଣ ସୁରକ୍ଷାକର୍ମୀଙ୍କୁ ଆଶ୍ରମ ବାହାରେ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଶ୍ରମର ଆଖପାଖ ରାସ୍ତା ବନ୍ଦ କରି ଦିଆଯାଇଛି ।

ସାବରମତୀ ଆଶ୍ରମ

ସୂଚନା ଯୋଗ୍ୟ ଯେ, ଟ୍ରମ୍ପ ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ ୧୧ଟା ୪0 ମିନିଟ ସମୟରେ ପହଞ୍ଚିବେ । ଏହାପରେ ସେ ସାବରମତୀ ଆଶ୍ରମ ଯିବେ । ବିମାନବନ୍ଦରରୁ ଗାନ୍ଧୀ ଆଶ୍ରମ ପର୍ଯ୍ୟନ୍ତ ବିଶାଳ ରୋଡ ଶୋ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.