ETV Bharat / bharat

ଭାରତ ଗସ୍ତକୁ ନେଇ ମୁଁ ଖୁବ୍‌ ଉତ୍ସାହିତ: ଡୋନାଲ୍ଡ ଟ୍ରମ୍ପ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଚଳିତ ମାସ 24 ଏବଂ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଅଧିକ ପଢନ୍ତୁ...

us-president-donald-trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
author img

By

Published : Feb 12, 2020, 9:32 AM IST

ୱାଶିଂଟନ: ଚଳିତ ମାସ 24 ଏବଂ 25 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦିଲ୍ଲୀରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଗୁଜୁରାଟରେ କେମ୍‌ ଛୋ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବେ । ହଷ୍ଟନ୍‌ର ହାଓଡି ମୋଦି ଶୈଳୀରେ ଅହମ୍ମଦାବାଦ ସହରରେ ଏହି କାର୍ଯ୍ୟକ୍ରର ଆୟୋଜନ କରାଯାଇଛି । ତେବେ ଏହି ଗସ୍ତକୁ ନେଇ ଖୁବ ଉତ୍ସାହିତ ଥିବା ନଜର ଆସିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

ନିଜ ଭାରତ ଗସ୍ତ ନେଇ ଟ୍ରମ୍ପ କହିଛନ୍ତି, 'ନିଜର ଭାରତ ଯାତ୍ରାକୁ ନେଇ ମୁଁ ଖୁବ୍‌ ଉତ୍ସାହିତ ଅଛି । ମୋତେ ଭେଟିବା ପାଇଁ ଲକ୍ଷ ଲକ୍ଷ ଲୋକ ଆସିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏୟାରପୋର୍ଟରୁ ଅହମଦାବାଦର ନ୍ୟୁ ଷ୍ଟାଡିୟମ ପର୍ଯ୍ୟନ୍ତ ଆମ ସ୍ବାଗତ ଲାଗି 5-7 ଲକ୍ଷ ଲୋକ ଆସିବେ ବୋଲି ମୋଦି କହିଛନ୍ତି ।'

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, 'ନରେନ୍ଦ୍ର ମୋଦି ମୋର ବହୁତ ଭଲ ବନ୍ଧୁ । ସେ ଜଣେ ଭଲ ମଣିଷ ମଧ୍ୟ । ଏହି ଗସ୍ତରେ ଆମ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ମୁଁ ଆଶା କରୁଛି । ଭାରତ ଯାତ୍ରା ପାଇଁ ମୁଁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛି ।'

ସୂଚନାଯୋଗ୍ୟ ଯେ, ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସିବେ । ଏହି ଗସ୍ତ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.