ETV Bharat / bharat

ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ: ଜାଣନ୍ତୁ ଦ୍ବିତୀୟ ଦିବସର କାର୍ଯ୍ୟସୂଚୀ ...

author img

By

Published : Feb 24, 2020, 9:42 PM IST

Updated : Feb 24, 2020, 11:56 PM IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସି ସପରିବାର ଗୁଜୁରାଟରେ ପହଞ୍ଚିଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କ 24 ତାରିଖରେ ସମସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟ ମୁତାବକ ଅତ୍ୟନ୍ତ ଭବ୍ୟତାର ସହ ସମ୍ପାଦିତ ହୋଇଛି । 25 ତାରିଖରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାରାଦିନର କାର୍ଯ୍ୟସୂଚୀ ଏହିପରି ରହିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସି ସପରିବାର ଗୁଜୁରାଟରେ ପହଞ୍ଚିଥିଲେ । 24 ଓ 25 ତାରିଖରେ ସେ ଭାରତରେ ରହିବେ । ଇତିମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ 24 ତାରିଖରେ ସମସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ ସମୟ ମୁତାବକ ଅତ୍ୟନ୍ତ ଭବ୍ୟତାର ସହ ସମ୍ପାଦିତ ହୋଇଛି । 25 ତାରିଖରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାରାଦିନର କାର୍ଯ୍ୟସୂଚୀ ଏହିପରି ରହିଛି ।

୨୫ ଫେବୃଆରୀ(ମଙ୍ଗଳବାର) ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତର ଦ୍ବିତୀୟ ଦିବସ

ସକାଳ ୧୦.୦୦- ରାଷ୍ଟ୍ରପତି ଭବନରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବ ।

ସକାଳ ୧୦.୩୦- ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧା ସୁପନ ଅର୍ପିତ କରିବେ ।

ସକାଳ ୧୧.୦୦- ରାଷ୍ଟ୍ରପତି ଟ୍ରମ୍ପ ହାଇଦ୍ରାବାଦ ହାଉସରେ ପହଞ୍ଚିବେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ଓ ମଧ୍ୟାହ୍ନ ଭୋଜନ ଆୟୋଜନ ।

ଅପରାହ୍ନ ୧୨.୪୦- ହାଇଦ୍ରାବାଦ ହାଉସରେ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଏହାସହ ପ୍ରେସ କନଫରେନ୍ସରେ ବିବୃତି ପ୍ରଦାନ କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସନ୍ଧ୍ୟା ୭.୩୦- ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ ରାଷ୍ଟ୍ରପତି ଟ୍ରମ୍ପ ।

ରାତ୍ରୀ ୧୦.୦୦- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାୟା ଜର୍ମାନୀ ଦେଇ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ।

Last Updated : Feb 24, 2020, 11:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.