ETV Bharat / bharat

ଆମେରିକା ପରେ ଭାରତ କୋଭିଡ-19ର ସର୍ବାଧିକ ପରୀକ୍ଷଣ କରୁଛି: ଟ୍ରମ୍ପ

author img

By

Published : Jul 22, 2020, 12:07 PM IST

କୋଭିଡ-19 ପରୀକ୍ଷଣରେ ବିଶ୍ବରେ ଦ୍ବିତୀୟ ସ୍ଥାନରେ ଅଛି ଭାରତ । ଆମେରିକା ପରେ ଭାରତ ସର୍ବାଧିକ କୋଭିଡ-19 ପରୀକ୍ଷା କରୁଛି ବୋଲି କହିଛନ୍ତି ଟ୍ରମ୍ପ ।

ଆମେରିକା ପରେ ଭାରତ କୋଭିଡ-19ର ସର୍ବାଧିକ ପରୀକ୍ଷଣ କରୁଛି

ୱାସିଂଟନ: କୋଭିଡ-19 ପରୀକ୍ଷଣ କ୍ଷେତ୍ରରେ ଆମେରିକା ବିଶ୍ବ ସ୍ତରରେ ଆଗୁଆ ଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । କୋରୋନା ଭାଇରସ ମହାମାରୀ ସମ୍ପର୍କରେ ବିଷୟରେ ସୂଚନା ଦେଇ ଟ୍ରମ୍ପ ଏହା କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ କାରଣରୁ 1,40,000ରୁ ଅଧିକ ଆମେରିକୀୟଙ୍କର ମୃତ୍ୟୁ ହୋଇଛି ଓ 3.8 ନିୟୁତ ଲୋକ ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ଆମେରିକାର ଅର୍ଥନୀତି ଧୀରେ ଧୀରେ ସ୍ବଭାବିକ ଅବସ୍ଥାକୁ ଫେରି ଆସୁଛି ।

ଟ୍ରମ୍ପ ଟୀକା ପ୍ରସ୍ତୁତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଟୀକା ବିକାଶ ଓ ଚିକିତ୍ସା ବିକାଶ ସହିତ ଆମେ ବହୁତ ଭଲ କାର୍ଯ୍ୟ କରୁଛୁ ବୋଲି ଟ୍ରମ୍ପ ମଙ୍ଗଳବାର ହ୍ବାଇଟ ହାଉସର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବହୁତ ଶିଘ୍ର କୋରୋନା ଭାଇରସ ଟୀକା ବାହାର କରାଯିବ ବୋଲି ସେ କହିଛନ୍ତି । ଆମେରିକା 50 ମିଲିୟନ କୋରୋନା ପରୀକ୍ଷା କରିଥିବା ବେଳେ ଭାରତ 12 ମିଲିୟନ ପରୀକ୍ଷଣ କରି ଦ୍ବିତୀୟରେ ରହିଛି ବୋଲି ଟ୍ରମ୍ପ କହିଛନ୍ତି । ଏହାସହ ସେ ପୁଣି କୋରୋନାକୁ ଚାଇନା ଭାଇରସ ବୋଲି କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, 78 ବର୍ଷିୟ ବୟସ୍କ ଅଧିକ ଏହି ରୋଗର ଶିକାର ହେଉଛନ୍ତି । ଏହାସହ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ସର୍ବନିମ୍ନ ଥିବା ବେଳେ 99.96 ପ୍ରତିଶତ ବୟସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.