ETV Bharat / bharat

ଇରାନ ଆକାଶରେ ଉଡିବନି ଭାରତୀୟ ବିମାନ

ଭାରତ ନିଜ ବିମାନକୁ ଇରାନ ଆକାଶ ମାର୍ଗ ଦେଇ ନଉଡାଇବା ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ବେସାମରିକ ବିମାନ ଚଳାଚଳ  ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

author img

By

Published : Jun 22, 2019, 7:57 PM IST

Updated : Jun 22, 2019, 8:06 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ଭାରତ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଭାରତ ନିଜ ବିମାନକୁ ଇରାନ ଆକାଶ ମାର୍ଗ ଦେଇ ନଉଡାଇବା ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଭାରତର ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କ ସହ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ ବିଚାର ବିମର୍ଶ କରିବା ପରେ ଇରାନ ଆକାଶ ମାର୍ଗକୁ ବ୍ୟବହାର ନକରିବା ନିଷ୍ପତ୍ତି ନେଇଛନ୍ତି ।

ତେବେ ସୁବିଧା ଅନିଯାୟୀ ବିମାନ ମାର୍ଗ ପୁନଃନିର୍ଦ୍ଧାରଣ କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବୟାନ ଜାରି ହୋଇଛି । ତେବେ ଏହା ପୂର୍ବରୁ ଅନ୍ୟାନ୍ୟ ଦେଶ ଇରାନର ଆକାଶ ମାର୍ଗକୁ ବର୍ଜନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଇରାନ ଏବଂ ଆମେରିକା ମଧ୍ୟରେ କିଛିଦିନ ହେବ ମାହୋଲ ଗରମ ରହିଛି । ଇରାନ ଗୁରୁବାର ଆମେରିକାର ଏକ ଗୁଇନ୍ଦା ଡ୍ରୋନ୍ ଖସାଇଦେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇଥିଲେ ।

ତେବେ ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ଆମେରିକା ଇରାନ ବିରୁଦ୍ଧରେ ଗୋଟିଏ ବି ଅସ୍ତ୍ର ବ୍ୟବହାର କଲେ ଆମେରିକାରୁ ଏହାର ଉଚିତ୍‌ ଜବାବ ମିଳିବ ବୋଲି ଇରାନ କହିଥିଲା ।

Last Updated : Jun 22, 2019, 8:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.