ଚେନ୍ନାଇ: ଭାରତ ଗସ୍ତରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଖବର ଆସିଛି । ଚେନ୍ନାଇ ସେଣ୍ଟ୍ରାଲ ରେଲୱେ ପୋଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇ ଜଣ ଆମେରିକୀୟ ଗୁଇନ୍ଦା ଖବର ସରବରାହ ସଂସ୍ଥାର ସାମ୍ବାଦିକ ବୋଲି ଜଣାପଡିଛି ।
ଗିରଫ ସାମ୍ବାଦିକଙ୍କ ମଧ୍ୟରୁ ଜଣେ ରେଡିଓ ଫ୍ରି ସମାଚାର ଏଜେନ୍ସି ଓ ଅନ୍ୟ ଜଣେ ଭଏସ ଅଫ୍ ଆମେରିକାର ସାମ୍ବାଦିକ । ଏହି ଦୁଇଟି ଏଜେନ୍ସି ଆମେରିକା ଗୁଇନ୍ଦା ବିଭାଗ ଦ୍ବାରା ପରିଚାଳିତ । ଗିରଫ ଦୁଇ ସାମ୍ବାଦିକ ତିବ୍ଦତୀୟ ବୋଲି ଜଣାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ମୋଦିଙ୍କ ସହ ଦ୍ବିତୀୟ ଅନୌପଚାରିକ ଶୀଖର ସମ୍ମିଳନୀରେ ଯୋଗଦେବା ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜିନ୍ପିଙ୍ଗ । ଶୁକ୍ରବାର ଚେନ୍ନାଇର ମହାବଳୀପୁରମ୍ରେ ୩ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ଚୀନ ରାଷ୍ଟ୍ରପତି । ଏହା ପରେ ଶନିବାର ମଧ୍ୟ ମହାବଳୀପୁରମ୍ ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଅନୌପଚାରିକ ବୈଠକ ।