ETV Bharat / bharat

ଆମେରିକାର ବଡ ଖୁଲାସା, ଜିନପିଙ୍ଗ୍‌ ସରକାର ରଚିଥିଲା ଗଲୱାନ ସଂଘର୍ଷର ଯୋଜନା

author img

By

Published : Dec 2, 2020, 4:50 PM IST

ଲଦାଖ ଘାଟିରେ ରକ୍ତ ସଂଘର୍ଷର ଷ୍କ୍ରିପ୍ଟ ଲେଖିବା ସହ ଗଲୱାନ ଘଟଣାର ଯୋଜନା ପ୍ରସ୍ତୁତ କରିଥିଲା ଡ୍ରାଗନ । ଆମେରିକୀୟ ଆୟୋଗ ରିପୋର୍ଟରେ ବଡ ଖୁଲାସା । ଅଧିକ ପଢନ୍ତୁ...

ଆମେରିକାର ବଡ ଖୁଲାସା, ଜିନପିଙ୍ଗ୍‌ ସରକାର ରଚିଛିଲା ଗଲୱାନ ସଂଘର୍ଷର ଯୋଜନା

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଚୀନର ସତ । ଗଲୱାନ ସଂଘର୍ଷକୁ ନେଇ ଆମେରିକୀୟ ଆୟୋଗ ରିପୋର୍ଟରେ ବଡ ଖୁଲାସା । ଲଦାଖ ଘାଟିରେ ରକ୍ତ ସଂଘର୍ଷର ଷ୍କ୍ରିପ୍ଟ ଲେଖିବା ସହ ଗଲୱାନ ଘଟଣାର ଷଡଯନ୍ତ୍ର କରିଥିଲା ଡ୍ରାଗନ । ଭାରତୀୟ ଯବାନଙ୍କ ଜୀବନ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ଜିନପିଙ୍ଗ୍‌ ସରକାର । ତେବେ ରିପୋର୍ଟରେ ଏହି ତଥ୍ୟ ଖୁଲାସା ହେବା ପରେ ପଦାରେ ପଡିଛି ଚୀନର ଅସଲ ଚେହେରା ।

ଆମେରିକାର ଏକ ଗୁରୁତ୍ବପୂର୍ଣ୍ଣ ଆୟୋଗ ଭାରତ ଓ ଚୀନ ମଧ୍ୟରେ ଏଲଏସସି ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଏକ ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ କୁହାଯାଇଛି ଯେ କିଛି ତଥ୍ୟ ଅନୁଯାୟୀ ଚୀନ ସରକାର ଗଲୱାନ ଘଟଣାର ଯୋଜନା ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଅନେକ ଯବାନଙ୍କ ଜୀବନ ଯିବାର ଆଶଙ୍କା ରହିଥିଲା ।

ଆମେରିକା-ଚୀନ ଆର୍ଥିକ ସୁରକ୍ଷା ସମୀକ୍ଷା ଆୟୋଗର ରିପୋର୍ଟରେ ଚୀନ ଯୋଜନାର ଖୁଲାସା ହେବା ସହ ଏହି ରିପୋର୍ଟକୁ ଆମେରିକା ସଂସଦ ପାଇଁ ପ୍ରସ୍ତୁତ କରାଯାଇଛି । ଆୟୋଗର ରିପୋର୍ଟରେ କୁହାଯାଇଛି ଯେ ଘଟଣାର କିଛି ସପ୍ତାହ ପୂର୍ବରୁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ସେନା ଫୋର୍ସ ବ୍ୟବହାର କରିବାର କଥା କହିଥିଲେ । ଏହା ପରେ ସୀମାରେ ଭାରତ ଓ ଚୀନ ସେନାର ଯବାନଙ୍କ ମଧ୍ୟରେ ହୋଇଥିଲା ସଂଘର୍ଷ ।

ଗଲୱାନ ହିଂସା ପୂର୍ବରୁ ସାଟେଲାଇଟ ଛବିରେ ଘାଟିରେ ଚୀନ ପକ୍ଷରୁ ବ୍ୟାପକ ଇନଫ୍ରାଷ୍ଟକଚର ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା । ଏହାସହ 1000 ଚୀନ ସୈନିକ ମଧ୍ୟ ମୁତୟନ ହୋଇଥିଲେ ।

ଆମେରିକା ଆୟୋଗର ରିପୋର୍ଟ ଅନୁଯାୟୀ ଚୀନ ନିଜ ପଡୋଶୀ ବିରୋଧରେ କିଛି ବର୍ଷରୁ ନିଜ ଅଭିଯାନକୁ ତ୍ବରାନ୍ବିତ କରିଛି । ଏପରିକି ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡିକୁ ଯୁଦ୍ଧ ପାଇଁ ଉସକାଇଛି ଚୀନ । ତେବେ ସୀମାରେ ଭାରତର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇବା ଏବଂ ଆମେରିକା ଆଡକୁ ଭାରତର ଢଳିବା ବିରୋଧରେ ଚେତାବନୀ ଦେବା ସର୍ବଦା ଚୀନର ଆଭିମୁଖ୍ୟ ରହିଆସିଛି । ହେଲେ ଏଥିରେ ତାକୁ ସବୁବେଳେ ମିଳିଛି ଅସଫଳତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.