ETV Bharat / bharat

ସାବଧାନ ଇରାନ ! ହମ୍‌ଲା କରିପାରେ ଆମେରିକା

ଆମେରିକା-ଇରାନ ମଧ୍ୟଏ ଲାଗି ରହିଥିବା ତିକ୍ତତା ବଢିବାରେ ଲାଗିଛି । ଇରାନ ଉପରେ ଆମେରିକା ଆକ୍ରମଣ ଯୋଜନା କରୁଥିବା ବେଳେ ଏପଟେ ଏହାର ଦୃଢ ଜବାବ ଦିଆଯିବ କହିଛି ଇରାନ ।

author img

By

Published : Jun 23, 2019, 7:44 PM IST

Updated : Jun 23, 2019, 7:58 PM IST

ଡିଜାଇନ ଫଟୋ

ୱାଶିଂଟନ: ଆମେରିକା- ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ସୁଧିରିବାର ନାଁ ଧରୁନି । ଦିନକୁ ଦିନ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଏପଟେ ଇରାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଆମେରିକା । ସେପଟେ ଇରାନ ମଧ୍ୟ ଆମେରିକାକୁ ଚେତାବନୀ ଦେଇଛି ।

ତେବେ ଗତ ଦୁଇ ଦିନ ତଳେ ଆମେରିକାର ଏକ ଡ୍ରୋନକୁ ଖସାଇ ଦେଇଥିଲା ଇରାନ । ଫଳରେ ଯାହାକୁ ନେଇ ଉତିକ୍ଷିପ୍ତ ହୋଇଥିଲା ଆମେରିକା । ଏପରିକି ତୁରନ୍ତ ଇରାନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମାତ୍ର ରାତିରେ ନିଜ ନିର୍ଦ୍ଦେଶକୁ ଫେରାଇ ନେଇଥିଲେ ଟ୍ରମ୍ପ । ଅନ୍ୟପଟ ଇରାନ ଉପରେ ଆମେରିକା କିମ୍ବା ଆମେରିକାରର କୌଣସି ସହଯୋଗୀ ରାଷ୍ଟ୍ର ସାମନ୍ୟତମ ଆକ୍ରମଣ କରେ ଏହାର ଦୃଢ ଜବାବ ଦିଆଯିବ ବୋଲି ଇରାନ ସେନା ପ୍ରବକ୍ତା କହିଛନ୍ତି ।

କହିରଖୁଛୁ, ଗତ 13 ତାରିଖରେ ଆମେରିକାର ଦୁଇଟି ତେଲ ଟ୍ୟାଙ୍କର ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣାରେ ଇରାନକୁ ଦାୟୀ କରିଥିଲା ଆମେରିକା । ଏହି ଘଟଣାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଯାଇଛି । ଆଗରୁ ପରମାଣୁ ଆପୋଶ ବୁଝାବଣାକୁ ନେଇ ତିକ୍ତତା ଲାଗି ରହିଛି ।

Intro:Body:Conclusion:
Last Updated : Jun 23, 2019, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.