ETV Bharat / bharat

ଭାରତର ସ୍ବତନ୍ତ୍ର ବିମାନ ଉଡାଣରେ ରୋକ ଲଗାଇଲା ଆମେରିକା

ଭାରତ-ଆମେରିକା ବିମାନ ଚୁକ୍ତିନାମା ଅନୁଯାୟୀ କାମ କରୁନଥିବା ଅଭିଯୋଗ ଆଣି, ଭାରତରୁ ଉଡାଣ ଭରୁଥିବା ସ୍ବତନ୍ତ୍ର ବିମାନ ଉପରେ ରୋକ ଲଗାଇଲା ୟୁଏସଏ । ଅଧିକ ପଢନ୍ତୁ...

ଭାରତର ସ୍ବତନ୍ତ୍ର ବିମାନ ଉଡାଣ ଉପରେ ରୋକ ଲଗାଇଲା ଆମେରିକା

author img

By

Published : Jun 23, 2020, 5:28 PM IST

ୱାଶିଂଟନ: ସୋମବାର ଭାରତ ଉପରେ ଗୁରୁତର ଅଭିଯୋଗ ଆଣି ଭାରତୀୟ ସ୍ବତନ୍ତ୍ର ବିମାନ ଉଡାଣକୁ ବନ୍ଦ କରିଦେଇଛି ଆମେରିକା। ଭାରତ-ଆମେରିକା ବିମାନ ଚୁକ୍ତିନାମା ଅନୁଯାୟୀ ଏକ ଅନୁଚିତ ଏବଂ ଭେଦଭାବ ନୀତି ଆପଣାଇଥିବା ଅଭିଯୋଗ କରିଛି ଆମେରିକା ।

ପରିବହନ ବିଭାଗ ଅଭିଯୋଗ କରିଛି ଯେ, କୋରୋନା ଭାଇରସ କାରଣରୁ ବିମାନ ଉପରେ ରୋକ ଲାଗିବା ସତ୍ତ୍ବେ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ ଏୟାର ଇଣ୍ଡିଆ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି । ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ମଧ୍ୟ ଲୋକଙ୍କୁ ଟିକେଟ ବିକ୍ରି କରୁଛି ।

ଏଥି ସହିତ ବିମାନ ଚଳାଚଳ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ କରିବା ସହ ଆମେରିକୀୟ ବିମାନ ଭାରତକୁ ଉଡାଣ ଭରିବା ଉପରେ ମଧ୍ୟ ରୋକ ଲଗାଯାଇଛି । ଏହି ଆଦେଶ ଆସନ୍ତା 30 ଦିନ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ବିଭାଗ କହିଛି ।

ଏୟାର ଇଣ୍ଡିଆ ବିମାନ ଉଡାଣ ଭରିବା ପୂର୍ବରୁ ଆନୁଷ୍ଠାନିକ ଭାବେ ପରିବହନ ବିଭାଗରେ ଆବେଦନ କରିବା ଉଚିତ। ବିଭାଗ କହିଛିଯେ, ଆମେରିକାର ଉଡାଣ ଉପରେ ଚୀନ ରୋକ ହଟାଇବା ପରେ ପୁଣି ଲଗାଯାଇଥିବା ରୋକ ଉପରେ ପୁନଃ ବିଚାର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.