ETV Bharat / bharat

ଆୟୁର୍ବେଦ କ୍ଲିନିକାଲ୍ ପରୀକ୍ଷା ପାଇଁ ପ୍ଲାନ କରୁଛନ୍ତି ଭାରତ-ଆମେରିକା

ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଭାରତ ଏବଂ ଆମେରିକାରେ ଆୟୁର୍ବେଦିକ ଡାକ୍ତର ଏବଂ ରିସର୍ଚ୍ଚରମାନେ କୋରୋନା ମୁକାବିଲା ପାଇଁ ଆୟୁର୍ବେଦର କ୍ଲିନିକାଲ୍ ପରୀକ୍ଷା ପାଇଁ ଯୋଜନା କରୁଛନ୍ତି।

author img

By

Published : Jul 10, 2020, 1:16 PM IST

_corona
ଆୟୁର୍ବେଦ କ୍ଲିନିକାଲ୍ ପରୀକ୍ଷା ପାଇଁ ଯୋଜନା କରୁଛନ୍ତି ଭାରତ ଏବଂ ଆମେରିକା

ୱାଶିଂଟନ୍: ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଭାରତ ଏବଂ ଆମେରିକାରେ ଆୟୁର୍ବେଦିକ ଡାକ୍ତର ଏବଂ ରିସର୍ଚ୍ଚରମାନେ କୋରୋନା ମୁକାବିଲା ପାଇଁ ଆୟୁର୍ବେଦର କ୍ଲିନିକାଲ୍ ପରୀକ୍ଷା ପାଇଁ ଯୋଜନା କରୁଛନ୍ତି।

ଗତ ବୁଧବାର ଆମେରିକାର ଭାରତୀୟ ରାଷ୍ଟ୍ରଦୂତ ତରନଜିତ୍ ସିଂ ସନ୍ଧୁ ଭାରତୀୟ-ଆମେରିକୀୟ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଡାକ୍ତରଙ୍କ ଏକ ଭର୍ଚୁଆଲ ବୈଠକରେ କହିଛନ୍ତି, କୋରୋନା ଲଢେଇରେ ଦୁଇ ଦେଶର ବୈଜ୍ଞାନିକ ଏକ ହୋଇଛନ୍ତି । ଜଏଣ୍ଟ ରିସର୍ଚ୍ଚ, ଶିକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୁର୍ବେଦକୁ ପ୍ରୋତ୍ସାହିତ କରିବା ପାଇଁ ଆମ ଅନୁଷ୍ଠାନଗୁଡ଼ିକ ସହଯୋଗ କରୁଛନ୍ତି ।

ଇଣ୍ଡୋ-ଆମେରିକା ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଫୋରମ୍ (ଆଇୟୁଏସଏସଟିଏଫ) ସବୁବେଳେ ନିଜର ଗତିବିଧି ମାଧ୍ୟମରେ ସାଇନ୍ସ- ଟେକ୍ନୋଲୋଜି ଏବଂ ଇନୋଭେସନକୁ ପ୍ରୋତ୍ସାହନ ଦେବାରେ ସହାୟକ ହେଉଛି । କୋରୋନା ସହ ମୁକାବିଲା ପାଇଁ ଆଇୟୁଏସଏସଟିଏଫ ଜଏଣ୍ଟ ରିସର୍ଚ୍ଚ ଏବଂ ଷ୍ଟାର୍ଟଅପ ଏନଗେଜମେଣ୍ଟ ଆହ୍ବାନ ଦେଇଥିଲା । ଏହି ପ୍ରସ୍ତାବ ଉପରେ ଦୁଇ ଦେଶର ବ୍ଶେଷଜ୍ଞ ଫାଷ୍ଟ ଟ୍ରାକ ମୋଡରେ ସମୀକ୍ଷା କରୁଛନ୍ତି ।

ସନ୍ଧୁ କହିଛନ୍ତି, ଭାରତୀୟ ମେଡିସିନ କମ୍ପାନୀ ଗୁଡିକ କମ ମୂଲ୍ୟର ଔଷଧ ଏବଂ ଟିକା ଉତ୍ପାଦନରେ ଆଗରେ ଅଛନ୍ତି । ଏହି ମହାମାରୀରେ ଏହି କମ୍ପାନୀଗୁଡିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସନ୍ଧୁଙ୍କ ଅନୁଯାୟୀ, ଆମେରିକାର ଅନୁଷ୍ଠାନଗୁଡିକ ସହ ଭାରତୀୟ ଟୀକା କମ୍ପାନୀ ମଧ୍ୟରେ ଅତିକମରେ ତିନୋଟି ପ୍ରୋଜେକ୍ଟ ଉପରେ କାମ ଚାଲିଛି । ଦୁଇ ଦେଶର ବିଶେଷଜ୍ଞମାନେ ରିସର୍ଚ୍ଚରେ ନିୟୋଜିତ ଅଛନ୍ତି। ତେବେ ଏହି ସହଯୋଗ କେବଳ ଭାରତ ଏବଂ ଆମେରିକା ପାଇଁ ଲାଭଦାୟକ ହେବ ନାହିଁ ବରଂ ବିଶ୍ବର କୋଟି କୋଟି ଲୋକଙ୍କ ଏହି ଟିକା କୋରୋନା ସହ ଲଢିବା ପାଇଁ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.