ETV Bharat / bharat

ପଞ୍ଜାବରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର, ଟାର୍ଗେଟରେ ସିଦ୍ଧୁ

author img

By

Published : Nov 6, 2019, 9:38 AM IST

କରତାପୁର ସାହିବର ଉଦଘାଟନୀ ଉତ୍ସବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନିମନ୍ତ୍ରଣ ମିଳିବା ଘଟଣା ବର୍ତ୍ତମାନ ରାଜନୀତିରେ ଚର୍ଚ୍ଚାର ବିଷୟ । ଏହି ସମୟରେ ଅମୃତସରରେ ଇମରାନ ଖାନ୍ ଓ ସିଦ୍ଧୁଙ୍କ ପୋଷ୍ଟର ଲାଗିବାକୁ ନେଇ ରାଜନୀତିକ ଯୁଦ୍ଧ ଆରମ୍ଭ ହୋଇଛି ।

ଫାଇଲ ଫଟୋ

ଚଣ୍ଡିଗଡ: କରତାରପୁର ସାହିବର ଉଦଘାଟନ ସମାରୋହରେ ପାକିସ୍ତାନ ଯିବା ପୂର୍ବରୁ ନବଜୋତ ସିଂହ ସିଦ୍ଧୁଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରର ଗୋଟେ ପାର୍ଶ୍ବରେ ଇମରାନ ଖାନ ଥିବା ବେଳେ ଅନ୍ୟପାର୍ଶ୍ବରେ ସିଦ୍ଧୁଙ୍କ ଫଟୋ ନଜର ଆସିଛି । ଏହାକୁ ପଞ୍ଜାବର ରାଜନୀତିକ ପରିବେଶ ସରଗରମ ରହିଛି ।

ସିଦ୍ଧୁ ଓ ଇମରାନଙ୍କ ପୋଷ୍ଟରରେ ଦୁହିଁଙ୍କୁ ଅସଲି ହିରୋ ବୋଲି କୁହାଯାଇଛି । ପୋଷ୍ଟରକୁ ନେଇ ବିଜେପି, କଂଗ୍ରେସ ନେତା ସିଦ୍ଧୁଙ୍କୁ ଟାର୍ଗେଟ କରି ତାଙ୍କୁ ଆଇଏସଆଇର ଏଜେଣ୍ଟ ବୋଲି କହିଛି । ପୋଷ୍ଟର ଭାଇରାଲ ହେବା ପରେ ଏହାକୁ ହଟେଇ ଦିଆଯାଇଛି ।

ବିଜେପିର ପ୍ରବକ୍ତା ରାଜେଶ ହନିଙ୍କ କହିବାନୁସାରେ, ଅମୃତସରରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ସିଦ୍ଧୁଙ୍କ ଫଟୋ ଲାଗିବା ଦୁର୍ଭାଗ୍ୟର କଥା । କରତାରପୁର ସାହିବର କ୍ରେଡିଟ ସିଦ୍ଧୁଙ୍କୁ ନୁହେଁ ବରଂ କେନ୍ଦ୍ର ସରକାରଙ୍କୁ ମିଳିବା ଉଚିତ୍ । ସିଦ୍ଧୁ ପ୍ରଥମେ ଆଇଏସଆଇର ଏଜେଣ୍ଟ ଥିଲେ ଓ ବର୍ତ୍ତମାନ ମଧ୍ୟ ଅଛନ୍ତି ବୋଲି କହିଛନ୍ତି ସେ ।

ତେବେ ଏହି ପୋଷ୍ଟରକୁ ଭେରକାର ଜଣେ କାଉନସିଲର ମାଷ୍ଟର ହରପାଲ ସିଂହ ଲଗାଇଥିଲେ । କରତାପୁର ସାହିବ ପାଇଁ ଦୁଇ ନେତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପୋଷ୍ଟର ଲଗାଇଥିଲେ ଓ ବୁଧବାର ଆହୁରି ପୋଷ୍ଟର ମଧ୍ୟ ଲଗାଇବେ ବୋଲି କହିଛନ୍ତି ହରପାଲ୍ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.