ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ... - Up-Yogi-Adityanath-Government

ଲକଡାଉନ ସମୟରେ ପାଦରେ ଚାଲି ଚାଲି ହେଉ କିମ୍ବା ବାଇକ, ଟ୍ରକ-ଅଟୋରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Up-Yogi-Adityanath-Government-Immigrant-Workers-On-Truck-and-Two-Wheeled Vehicles
ପ୍ରବାସୀ ଶ୍ରମିକଙ୍କୁ ନେଇ ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି
author img

By

Published : May 17, 2020, 12:21 AM IST

Updated : May 17, 2020, 12:43 AM IST

ଲକ୍ଷ୍ନୌ: ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଲକଡାଉନ ସମୟରେ ପାଦରେ ଚାଲି ଚାଲି ହେଉ କିମ୍ବା ବାଇକ, ଟ୍ରକ-ଅଟୋରେ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ପାଦରେ ଚାଲି ଚାଲି ଜିଲ୍ଲାକୁ ଆସୁଛନ୍ତି ତେବେ ତେବେ ସେଠାରେ ତାଙ୍କୁ ଅଟକ ରଖାଯାଇ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉ । କୌଣସି ପ୍ରବାସୀ ଶ୍ରମିକଙ୍କୁ ରାସ୍ତା କିମ୍ବା ରେଳ ଲାଇନରେ ଚାଲିବାକୁ ଦିଆନଯାଉ ।

ଏତଦ୍ ବ୍ୟତୀତ ପ୍ରବାସୀମାନଙ୍କୁ ଅନ୍ୟାନ୍ୟ ଜିଲ୍ଲା କିମ୍ବା କ୍ବାରେନଣ୍ଟାଇନ ସେଣ୍ଟର୍ ଏବଂ ଆଶ୍ରୟ ଗୃହକୁ ପଠାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ବେସରକାରୀ ଏବଂ ସ୍କୁଲ ବସର ବ୍ୟବସ୍ତା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ ଅଧିକାରୀମାନେ ମଝିରେ ମଝିରେ ସମସ୍ତ ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ସମୀକ୍ଷା କରନ୍ତୁ ।

ପ୍ରକାଶ ଥାଉ କି, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ସେ ଶ୍ରମିକମାନଙ୍କ ପାଇଁ 1 ହଜାର ବସ ଚଳାଇବାକୁ ଅନୁମତି ମାଗିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ର ନିର୍ମାଣକାରୀ ଶ୍ରମିକମାନଙ୍କୁ ଏମିତି ମଝି ରାସ୍ତାରେ ଛାଡି ଦିଆଯାଇପାରିବନାହିଁ । ସେମାନଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ପ୍ରତିବଦ୍ଧ ।

ସେ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ଶ୍ରମିକ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଫେରି ଆସୁଛନ୍ତି। ସରକାରଙ୍କ ଦ୍ୱାରା ଜାରି ଘୋଷଣା ସତ୍ତ୍ୱେ ପାଦରେ ଚାଲିଥିବା ଏହି ଶ୍ରମିକମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚିବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ପ୍ରାୟ 65 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଯାହା ରାଜ୍ୟରେ କୋରୋନା ମହାମାରୀ ମୃତ୍ୟୁ ସଂଖ୍ୟାଠାରୁ ଅଧିକ ।

ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ଯେ, ପଳାଇ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ପ୍ରତି କଂଗ୍ରେସ ନିଜର ଦାୟିତ୍ବ ତୁଲାଇବା ଉଦ୍ଦେଶ୍ୟରେ ଗାଜୀପୁର ସୀମା ଗାଜିଆବାଦରୁ 500 ବସ୍ ଏବଂ ନୋଏଡା ସୀମାରୁ 500 ବସ ଚଳାଚଳ କରିବାକୁ ଚାହୁଁଛି । ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଭାରତୀୟ ଜାତୀୟ କଂଗ୍ରେସ ବହନ କରିବ । ମହାମାରୀକୁ ଏଡାଇବା ପାଇଁ ସମସ୍ତ ନିୟମ ଅନୁସରଣ କରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ 1000 ବସ ଚଳାଇବାକୁ ଅନୁମତି ମାଗିଛୁ ।

Last Updated : May 17, 2020, 12:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.