ଲକ୍ଷ୍ନୌ: କୋରୋନା କାଳରେ ଡାକ୍ତରଙ୍କ ନାମରେ ଅସଦାଚରଣ ଅଭିଯୋଗ । ସ୍ବାସ୍ଥ୍ୟ ପରୀକ୍ଷା ବେଳେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶ ମୁଜାଫରନଗରର ଏକ କ୍ଲିନିକରେ ଘଟିଛି ଏହି ଘଟଣା । 25 ବର୍ଷୀୟା ମହିଳା ନିଜ ମା ଓ ଭାଇଙ୍କ ସହ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତର ଏବଂ ତାଙ୍କର ଜଣେ ସହଯୋଗୀ ମହିଳାଙ୍କ ସହ ଅସଦାଚରଣ କରିଥିଲେ ।
ପରେ ଘରକୁ ଫେରି ମହିଳା ଜଣକ ପରିବାର ସାମନାରେ ସବୁ କଥା ଜଣାଇଥିଲେ । ଏହାପରେ ପରିବାର ସଦସ୍ୟ ସେହି କ୍ଲିନିକ ଯାଇ ଡାକ୍ତରଙ୍କୁ ମାଡମାରିବା ସହ ଥାନରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି ଥାନା ଅଧିକାରୀ ।
ବର୍ତ୍ତମାନ ମହିଳାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇ ଘଟଣାର ଛାନଭିନ କରୁଛି ପୋଲିସ । ଅଭିଯୁକ୍ତ କ୍ଲିନିକ ମାଲିକ ଅଶୋକ କୁମାର ଏବଂ ତାଙ୍କ ସହଯୋଗୀ ନିଖିଲ ବୋଲି ଜଣାପଡିଛି ।