ETV Bharat / bharat

ଉତ୍ତର ପ୍ରଦେଶ 69 ହଜାର ଶିକ୍ଷକ ନିଯୁକ୍ତି ସ୍ଥଗିତକୁ ‘ବ୍ୟାପମ ଦୁର୍ନୀତି’ କହିଲେ ପ୍ରିୟଙ୍କା - 69 ହଜାର ଶିକ୍ଷକ ନିଯୁକ୍ତି ସ୍ଥଗିତ

ଉତ୍ତର ପ୍ରଦେଶରେ 69 ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ଏହାକୁ ମଧ୍ୟପ୍ରଦେଶର 2013 ‘ବ୍ୟାପମ ଦୁର୍ନୀତି’ ସହିତ ତୁଳନା କରିଛନ୍ତି।

vyapam scam
69 ହଜାର ଶିକ୍ଷକ ନିଯୁକ୍ତି ସ୍ଥଗିତ
author img

By

Published : Jun 8, 2020, 8:06 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ 69 ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ଏହାକୁ ମଧ୍ୟପ୍ରଦେଶର 2013 ‘ବ୍ୟାପମ ଦୁର୍ନୀତି’ ସହିତ ତୁଳନା କରିଛନ୍ତି । ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ମାମଲାରେ ନ୍ୟାୟ ନ ମିଳେ ତେବେ କଂଗ୍ରେସ ଆନ୍ଦୋଳନ କରିବ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଉତ୍ତର ପ୍ରଦେଶର 69000 ଶିକ୍ଷକ ନିଯୁକ୍ତି ସ୍କାମ ହେଉଛି ମଧ୍ୟପ୍ରଦେଶର ‘ବ୍ୟାପମ ଦୁର୍ନୀତି’ । ତେବେ ଏହି କ୍ଷେତ୍ରରେ ବିଶୃଙ୍ଖଳା ସାଧାରଣ ନୁହେଁ। ଡାଏରୀରେ ଛାତ୍ରଛାତ୍ରୀଙ୍କ ନାମ, ଟଙ୍କା କାରବାର, ପରୀକ୍ଷା କେନ୍ଦ୍ରର ଅନିୟମିତତା ଦର୍ଶାଏ ଯେ ଏହି ସ୍କାମର ଚେର ବହୁତ ଦୂର ଯାଏଁ ବ୍ୟାପିଛି ’। ପ୍ରକାଶଥାଉକି, ଆହ୍ର ପତି ଆଲୋକ ମାଥୁରଙ୍କ ଖଣ୍ଡପୀଠ ଶିକ୍ଷକ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ଓ ୟୁଜିସି ଦ୍ବାରା ନୂତନ ଯାଞ୍ଚ ଆବଶ୍ୟକ ବୋଲି କହିଥିଲେ ।

ସେ କହିଛନ୍ତି, ପରିଶ୍ରମୀ ଯୁବକମାନଙ୍କ ପ୍ରତି ଅନ୍ୟାୟ ହେବା ଉଚିତ୍ ନୁହେଁ। ଯଦି ସରକାର ନ୍ୟାୟ ପ୍ରଦାନ କରିପାରନ୍ତି ନାହିଁ, ତେବେ ଆନ୍ଦୋଳନ ଦ୍ବାରା ଏହାର ଉତ୍ତର ଦିଆଯିବ। ଏହା ବ୍ୟତୀତ ଶିକ୍ଷକ ନିଯୁକ୍ତିର ଆଉ ଏକ ମାମଲା ଉଠାଇ କହିଥିଲେ ଯେ, 68 ହଜାର 500 ଶିକ୍ଷକ ନିଯୁକ୍ତିରେ ମଧ୍ୟ ସମାନ ତ୍ରୁଟି ହୋଇଥିଲା । ଯେତେବେଳେ ଯୁବପିଢୀ ଏହି ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିଥିଲେ, ଏହାପରେ ଏହାକୁ ପୁନଃମୂଲ୍ୟାଙ୍କନ କରାଯାଇଥିଲା ଓ 5 ହଜାର ପ୍ରାର୍ଥୀ ପାସ୍ କରିଥିଲେ।

ପ୍ରକାଶଥାଉକି, ମଧ୍ୟପ୍ରଦେଶ ପ୍ରୋଫେସନାଲ୍ ପରୀକ୍ଷା ବୋର୍ଡ ଦ୍ବାରା ପରୀକ୍ଷାରେ ଅନିୟମିତତାକୁ ବ୍ୟାପମ ଦୁର୍ନୀତି(Vyapam scam) ବା ବ୍ୟବସାୟିକ ପରୀକ୍ଷା ମଣ୍ଡଳ(Vyavsayik Pariksha Mandal) ବୋଲି କୁହାଯାଏ । ବୃତ୍ତିଗତ ଓ ରାଜ୍ୟ ସେବା ପରୀକ୍ଷାରେ ଏହି ଘୋଟାଲା 2013ରେ ମଧ୍ୟପ୍ରଦେଶରେ ହୋଇଥିଲା । ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ମଧ୍ୟ ସାମିଲ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.